ଆଉ ଜଣେ ଅଭିନେତ୍ରୀ କରୋନା ପଜିଟିଭ୍‌

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ତେବେ ଏଥିରୁ ଅଭିନେତା ଏବଂ ଅଭିନେତ୍ରୀ ବାଦ୍‌ ପଡିନାହାନ୍ତି। ନିକଟରେ ଅଭିନେତ୍ରୀ ତ୍ରିଶା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଏବେ ସୁସ୍ଥ ଅଛନ୍ତି ଏବଂ ଆଇସୋଲେଶନରେ ଅଛନ୍ତି। ଖୁବ୍‌ଶୀଘ୍ର ଘରକୁ ଫେରିବି ସେ ବୋଲି କହିଛନ୍ତି। ତେବେ ସେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବା ସତ୍ତ୍ୱେ ପଜିଟିଭ୍‌ ହୋଇଛନ୍ତି ବୋଲି ତ୍ରିଶା କହିଛନ୍ତି। ତ୍ରିଶା ଗତ କିଛି ମାସ ଧରି ତାଙ୍କ ୱେବ ସିରିଜ ବ୍ରିଣ୍ଡା ପାଇଁ ଶୁଟିଂ କରୁଥିଲେ।

Share