ବଲିଉଡ ସହ ସାଉଥ୍‌ ଗୀତକୁ ତୁଳନା କରି ଟ୍ରୋଲ ହେଲେ ଅଭିନେତ୍ରୀ

ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଆଜିକାଲି ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ମିଶନ ମଜନୁ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଅଭିନେତ୍ରୀ ତାଙ୍କ କୋ-ଷ୍ଟାର୍‌ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ପ୍ରମୋଶନରେ ଲାଗିପଡିଛନ୍ତି। ନିକଟରେ‘ମିଶନ ମଜନୁ’ର ଗୀତର ଉନ୍ମୋଚନ କାର୍ଯ୍ୟକ୍ରମରେ ରଶ୍ମିକା ବଲିଉଡ ଏବଂ ସାଉଥ୍‌ ଫିଲ୍ମର ଗୀତକୁ ନେଇ ତୁଳନା କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଟ୍ରୋଲ କରାଯାଉଛି। ‘ମିଶନ ମଜନୁ’ ଗୀତ ଉନ୍ମୋଚନ ସମୟରେ ସେ କହିଥିଲେ କି, ମୁଁ ବଲିଉଡର ରୋମାଣ୍ଟିକ ଗୀତକୁ ପସନ୍ଦ କରୁଥିଲି। ଆଉ ରୋମାଣ୍ଟିକ ଗୀତ ଶୁଣି ଶୁଣି ବଡ ହୋଇଛି, ବଲିଉଡରେ ରୋମାଣ୍ଟିକ ଗୀତ ଥାଏ। ହେଲେ ସାଉଥ୍‌ରେ ମସାଲା, ଆଇଟମ ନମ୍ବର ଏବଂ ଡ୍ୟାନ୍ସ ନମ୍ବର ରହିଥାଏ। ବଲିଉଡ୍‌ରେ ଏହା ମୋର ପ୍ରଥମ ବଲିଉଡ ରୋମାଣ୍ଟିକ ଗୀତ। ଏହାକୁ ନେଇ ମୁଁ ବହୁତ ଉତ୍ସାହିତ କାରଣ ଏହା ବହୁତ ଭଲ।

ବଲିଉଡ ଏବଂ ସାଉଥ ଫିଲ୍ମର ଗୀତକୁ ନେଇ ତୁଳନା କରୁଥିବା ରଶ୍ମିକାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଲୋକମାନେ ଅଭିନେତ୍ରୀଙ୍କ ଉପରେ କଡ଼ା ମନ୍ତବ୍ୟ ଦେଉଛନ୍ତି। ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା କହିଛନ୍ତି ଯେ, ସମସ୍ତେ ବଲିଉଡର ରୋମାଣ୍ଟିକ ଗୀତ ଶୁଣି ବଡ ହୋଇଛନ୍ତି, କିନ୍ତୁ ସାଉଥ୍‌ ଫିଲ୍ମର୍‌ ଗୀତ ବିଷୟରେ ଏଭଳି କହିବା ଭୁଲ।

Share