ନୂଆଦିଲ୍ଲୀ,୨୧।୪: ଅଭିନେତ୍ରୀ ଉର୍ବଶୀ ଢୋଲକିଆ ସିଙ୍ଗଲ ମଦର ଭାବେ ଜାଆଁଳା ପୁଅ ସାଗର ଓ କ୍ଷିତିଜଙ୍କୁ ସମ୍ଭାଳୁଛନ୍ତି। କିନ୍ତୁ ତାଙ୍କ ଦୁଇ ପୁଅ ଚାହଁାନ୍ତି ମା’ ଆଉ ଥରେ ବିବାହ କରନ୍ତୁ କିମ୍ବା ଡେଟ୍ରେ ଯାଆନ୍ତୁ। ଏକ ଇଂରାଜୀ ଖବର କାଗଜକୁ ସାକ୍ଷାତ୍କାର ଦେଇ ଢୋଲକିଆ ଏହା କହିଛନ୍ତି।
ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଖୁବ୍ କମ୍ ବୟସରୁ କ୍ୟାରିୟର ଆରମ୍ଭ କରିଥିବା ଉର୍ବଶୀ ୧୬ ବର୍ଷ ବୟସରେ ବିବାହ କରିଥିଲେ। ଏହାର ପର ବର୍ଷ ଜନ୍ମ ହୋଇଥିଲେ ଯାଆଁଳା ପୁଅ। ପରେ ସ୍ବାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ଅଭିନେତା ଅନୁଜ ସଚଦେବଙ୍କ ସହ କିଛି ବର୍ଷ ରିଲେଶନଶିପ୍ରେ ଥିଲେ ଉର୍ବଶୀ। କିନ୍ତୁ ସେମାନଙ୍କ ମଧ୍ୟରେ ବିଚ୍ଛେଦ ଘଟିଥିଲା। ଏବେ ପରିବାର ଓ ଛୁଆମାନେ ଚାହାନ୍ତି, ସେ ପୁଣି ଥରେ ବିବାହ କରନ୍ତୁ।
ମୋ ଛୁଆମାନେ ଚାହୁଁଛନ୍ତି, ମୁଁ ପୁଣି ଥରେ ସେଟେଲ ହୋଇଯାଏ। କିନ୍ତୁ ଏହାକୁ ମୁଁ ଗୁରୁତ୍ୱ ଦେଇ ନାହିଁ। ମୋତେ ଯେତେବେଳେ ଏ ସମ୍ପର୍କରେ ପଚାରନ୍ତି, ମୁଁ ହସରେ ଉଡ଼ାଇ ଦିଏ। ଏହାର ଅର୍ଥ ନୁହେଁ, ମୋର ସମୟ ଚାଲି ଯାଇଛି। କିନ୍ତୁ ଗୋଟିଏ ସମୟ ପରେ ନିର୍ଦ୍ଦିଷ୍ଟ କଥା ମୁଁ ଚିନ୍ତା କରେ ନାହିଁ। ଏହା ଘଟିବାର ଥିଲେ, ଘଟିବ। ଆଉ ମୁଁ ଜଣେ ସ୍ବାଧିନ ମହିଳା ଓ ନିଜ ସର୍ତ୍ତରେ ଜୀବନ ବିତାଉଛି। ଏଣୁ ମୋର ଏଭଳି ଜଣେ ବ୍ୟକ୍ତି ଦରକାର ଯିଏ ମୋ ସ୍ବାଧିନତାକୁ କ୍ଷୁର୍ଣ୍ଣ କରିବା ବଦଳରେ ବୁଝିବ ବୋଲି ଉର୍ବଶୀ କହିଛନ୍ତି।