ଶେଷରେ ସାଇକେଲ ଚେନ୍‌କୁ ଡ୍ରେସ୍‌ କରି ପିନ୍ଧିଲେ ଉର୍ଫି

ମୁମ୍ବାଇ: ‘ବିଗ ବସ୍‌ ଓଟିଟି’ ପ୍ରତିଯୋଗୀ ଉର୍ଫି ଜାଭେଦ ବର୍ତ୍ତମାନ ରିୟାଲିଟି ଶୋ’ ସ୍ପ୍ଲିଟ୍‌ସଭିଲ୍ଲାରେ ନଜର ଆସିଛନ୍ତି। ଶୋ’ରେ ଉର୍ଫିଙ୍କ ବୋଲ୍ଡନେସ୍‌ ଷ୍ଟାଇଲ୍‌ ଚର୍ଚ୍ଚାକୁ ଆସିଛି। ଏମିତିରେ ବି ଉର୍ଫି ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ପୂର୍ବରୁ ଅନେକ ପ୍ରକାର ଡ୍ରେସ୍‌ ପିନ୍ଧି ଚର୍ଚ୍ଚାକୁ ଆସିଥିବା ଉର୍ଫି ଏବେ ଭିନ୍ନ ଧରଣର ଏକ ଡ୍ରେସ୍‌ ପିନ୍ଧିଛନ୍ତି। ଯାହା କପଡ଼ାରେ ନୁହେଁ, ସାଇକେଲ ଚେନ୍‌ରୁ ପ୍ରସ୍ତୁତ।

ଉର୍ଫି ଏକ ନୂଆ ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମ ଅଫିସିଆଲରେ ଶେୟାର କରିଛନ୍ତି। ଏଥିରେ ଉର୍ଫି ସାଇକେଲ ଚଲାଉଛନ୍ତି। ତା’ପରେ ହଠାତ୍‌ ତାଙ୍କ ସାଇକେଲର ଚେନ୍‌ ଛିଡ଼ିଯାଉଛି। ଏହା ପରେ ସେ ସଙ୍ଗେ ସଙ୍ଗେ ଏହି ଚେନ୍‌କୁ ନେଇ ନିଜ ଶରୀର ଢାଙ୍ଗିଦେଲେ। ସେ କୌଣସି ଡ୍ରେସ୍‌ ପିନ୍ଧିନାହାନ୍ତି। ପୂରା ଶରୀରକୁ ସାଇକେଲ୍‌ ଚେନ୍‌ରେ ହିଁ ଘୋଡ଼ାଇ ରଖିଛନ୍ତି। ଏହା ଦେଖି ଲୋକେ ତାଙ୍କୁ ଖୁବ୍‌ ଟ୍ରୋଲ କରିଛନ୍ତି।

Share