ନିଲାମ ହେବାକୁ ଯାଉଛି ବିଦ୍ୟାଙ୍କ ଶାଢ଼ି: ଜାଣନ୍ତୁ କିପରି କରିବେ ଆବେଦନ

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ମିଳିଥିବା ସୂଚନା ଅନୁସାରେ ତାଙ୍କର ସମ୍ବଲପୁରୀ ବାନ୍ଧ ଶ୍ରୀଗଣିତ ଶାଢ଼ି ଏବେ ବିକ୍ରି ହେବାକୁ ଯାଉଛି। ଏହି ଶାଢ଼ିର ନିଲାମୀର ଅନ୍‌୍‌ଲାଇନ୍‌ ପ୍ରକ୍ରିୟା ଅଗଷ୍ଟ ୧୫ରୁ ଆରମ୍ଭ ହୋଇଛି। ତେବେ ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ଯେଉଁ ବ୍ୟକ୍ତି ଏହି ଶାଢ଼ିକୁ କିଣିବାକୁ ଚାହୁଁଛନ୍ତି, ପ୍ରଥମେ ସେମାନଙ୍କୁ ଗୁଗଲ ଫାମର୍‌ସରେ ଆବେଦନ କରିବାକୁ ପଡ଼ିବ। ଏହି ଶାଢ଼ି ନିଲାମୀ ପରେ ଯେଉଁ ଟଙ୍କା ମିଳିବ ତାକୁ ଶାଢ଼ି ତିଆରି କରୁଥିବା ଭାଗବତ ମେହେରଙ୍କୁ ଦିଆଯିବ। ଏନେଇ ସାବତ ଏକ୍ସପର୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଅନିତା ସାବତ ଓ ଅମୃତା ସାବତ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅଭିନେତ୍ରୀ ବିଦ୍ୟାଙ୍କ ଟିମ୍‌ର ସଦସ୍ୟଙ୍କ ସହିତ ଅମୃତା କଥା ହୋଇଥିଲେ। ଏହାପରେ ତାଙ୍କୁ ଶ୍ରୀଗଣିତ ଶାଢ଼ି ବିଷୟରେ କୁହାଯାଇଥିଲା। ଏହି ଶାଢ଼ିକୁ ଦେଖିବା ପରେ ବିଦ୍ୟା ବେଶ୍‌ ଖୁସି ହୋଇଯାଇଥିଲେ ଏବଂ ଏହାକୁ ନିଜ ଫିଲ୍ମ ଶକୁନ୍ତଳା ରିଲିଜ୍‌ ହେବାର ପୂର୍ବଦିନ ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ। ଉକ୍ତ ଶାଢ଼ିକୁ ପିନ୍ଧିବା ପରେ ବିଦ୍ୟା ଫେରାଇ ଦେଇଥିବା ବେଳେ ଏହାକୁ ତିଆରି କରିଥିବା ଲୋକଙ୍କୁ ବେଶ୍‌ ପ୍ରଶଂସା ମଧ୍ୟ କରିଥିଲେ।

Share