ତାପସୀ ପନ୍ନୁଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ…

ମୁମ୍ବାଇ, ୨୬।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପ୍ରଶଂସା କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଦେଶର ରାଷ୍ଟ୍ରପତି ପଦରେ ତାପସୀଙ୍କୁ ଦେଖିବାକୁ ଚାହୁଁଥିବା ସେ କହିଛନ୍ତି। ଏବେ ସୋନାକ୍ଷୀଙ୍କ ମନ୍ତବ୍ୟ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋନାକ୍ଷୀ ନିଜ ଇନଷ୍ଟାଗ୍ରାମ୍‌ ପୋଷ୍ଟରେ ତାପସୀଙ୍କର ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଏଥିରେ ତାପସୀ ଏକ ନ୍ୟୁଜ୍‌ ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍‌କାରରେ ବଲିଉଡ୍‌ରେ ଜାରି ରହିଥିବା ବଂଶବାଦ(ନେପୋଟିଜିମ୍‌)କୁ ବିରୋଧ କରିଥିଲେ। ଇତିମଧ୍ୟରେ ଏହାକୁ ୩ ଲକ୍ଷ ୪୫ ହଜାରରୁ ଅଧିକ ଲାଇକ୍‌ ମିଳିସାରିଛି।

Share