ବିମାନରେ ଅଭିନେତ୍ରୀଙ୍କ ଚଷମା ଚୋରି

ବିମାନରେ ଅଭିନେତ୍ରୀ ଗୌହର ଖାନଙ୍କ ଚଷମା ଚୋରି ହୋଇଯାଇଛି। ଏହି ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ସେ ଏକ୍ସ ଜରିଆରେ ଏୟାରଲାଇନ୍ସକୁ ମଧ୍ୟ ଅନୁରୋଧ କରିଛନ୍ତି। ଗୌହର ଦୁବାଇରୁ ମୁମ୍ବାଇ ଫେରୁଥିବାବେଳେ ଏହି ଘଟଣା ଘଟିଛି। ସେ ଏକ୍ସରେ ଏୟାରଲାଇନ୍ସକୁ ଟ୍ୟାଗ କରି ବିଗ ବସ ୭ ବିଜେତା ଗୌହର ଲେଖିଛନ୍ତି, ଗତକାଲି ଦୁବାଇରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଏମିରେଟ୍‌ସ ବିମାନରେ ମୋର ଚଷମା ଚୋରି ହୋଇଥିଲା, ମୁଁ ଅବତରଣ କରିବା ସମୟରେ ଏନେଇ ତୁରନ୍ତ ଇଣ୍ଡିଆନ ଏୟାରଲାଇନ୍ସ ସହିତ ଯୋଗାଯୋଗ କଲି। ମୋ ସିଟ ପକେଟରେ ଯେଉଁ ଚଷମା ଥିଲା ତାହା ସ୍ଥାନରେ ଅନ୍ୟ ଚଷମା ରଖାଯାଇଥିଲା। ମୁଁ ତୁମର ହେଲପ୍‌ ନମ୍ବରକୁ ଅନେକ ଥର ଫୋନ୍‌ କରିଥିଲି ଏବଂ ପ୍ରମାଣ ସହିତ ଇମେଲ ପଠାଇଲି, କୌଣସି ପ୍ରତିକ୍ରିୟା ନାହିଁ … ଦୟାକରି ଚୋରକୁ ଖୋଜ, କାରଣ ତୁମର ଖ୍ୟାତିସମ୍ପନ୍ନ ଏୟାରଲାଇନ୍ସରେ କ୍ୟାମେରା ଲଗାଯାଇଛି ଯାହା ସେବା ପାଇଁ ଯଥେଷ୍ଟ।

Share