Advertisement

ଆଦା ଶର୍ମାଙ୍କୁ ସ୍କିନ ଆଲର୍ଜି, ସୋସିଆଲ ମିଡିଆରେ କଲେ ଶେୟାର…

ମୁମ୍ବାଇ : ଅଭିନେତ୍ରୀ ଆଦା ଶର୍ମା ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣିଛନ୍ତି। ବିବାଦୀୟ ଚଳଚ୍ଚିତ୍ର ‘କେରଳ ଷ୍ଟୋରୀର ଅଭିନେତ୍ରୀ ଆଦା ଶର୍ମା ଆଜିକାଲି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଭିନେତ୍ରୀ ଏହା କହିଛନ୍ତି, ତାଙ୍କ ସ୍କିନରେ ଆଲର୍ଜି ହୋଇଛି, ଯାହାକି ହିବ୍ସ ନାମକ ଏକ ରୋଗ ଯୋଗୁ ହୋଇଛି। ଆଦା ଶର୍ମା ତାଙ୍କ ଅସୁସ୍ଥତା ସମ୍ପର୍କରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଆଦା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଥିବା ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ସେ ଆୟୁର୍ବେଦିକ ଚିକିତ୍ସା କରିବାକୁ ଯାଉଛନ୍ତି। ଔଷଧ ଯୋଗୁ ଆଲର୍ଜି ହୋଇଥିବା ସେ କହିଛନ୍ତି। ଖବର ଅନୁଯାୟୀ, ତାଙ୍କ ସୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଆଦାଙ୍କୁ ଚଳିତ ସପ୍ତାହରେ ଡାକ୍ତରଖାନା ନିଆଯାଇଥିଲା।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share