ସୁଶାନ୍ତଙ୍କ ଘର କିଣିଲେ ଅଭିନେତ୍ରୀ ଅଦା ଶର୍ମା

ବମ୍ବେ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର କିଣିଛନ୍ତି ଅଭିନେତ୍ରୀ ଅଦା ଶର୍ମା। ୨୦୨୦ରେ ଅଭିନେତା ଆତ୍ମହତ୍ୟା କରିଥିଲେ। ସେବେଠାରୁ ଫ୍ଲାଟ୍‌ଟି ଖାଲି ପଡ଼ିଥିଲା। ତିନି ବର୍ଷ ପରେ ଅଦା ଏହାକୁ କିଣିଛନ୍ତି।

କିଛିଦିନ ପୂର୍ବେ ଅଦା ମୁମ୍ବାଇରେ ଘର କିଣିଥିବା ଖବର ସାମ୍ନାକୁ ଆସିଥିଲା। ଏବେ ସେ ସୁଶାନ୍ତ ରହୁଥିବା ଘରକୁ କିଣିଥିବା ସ୍ପଷ୍ଟ ହୋଇଛି।

Share