Categories: ଖେଳ

‘ଯୁବ କ୍ରିକେଟର ସତ୍ତ୍ୱେ ପନ୍ତ ଦେଇଛନ୍ତି ପ୍ରେରଣା’

ନୂଆଦିଲ୍ଲୀ,୧୯।୯: ଆସନ୍ତା ବିଶ୍ୱକପ୍‌ରେ ଖେଳିବା ଲାଗି ଫିଟ୍‌ ନାହାନ୍ତି ଋଷଭ ପନ୍ତ। କାର ଦୁର୍ଘଟଣାରେ ଆହତ ହେବା ପରେ ସେ ଏବେ ଏନ୍‌ସିଏରେ ରିହାବିଲିଟେଶନରେ ଅଛନ୍ତି। ଏଣୁ ଆସନ୍ତା ବର୍ଷ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି। ଏସବୁ ମଧ୍ୟରେ ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟର ଆଦାମ ଗିଲକ୍ରିଷ୍ଟ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ପନ୍ତ ସାରା ବିଶ୍ୱର ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କୁ ନିଜ ଶୈଳୀରେ ଖେଳିବାକୁ ପ୍ରେରଣା ଦେଇଛନ୍ତି। ତାଙ୍କ ଭଳି ଜଣେ ଯୁବ କ୍ରିକେଟର ଏଭଳି ପ୍ରଭାବ ଛାଡ଼ିବା ରୋମାଞ୍ଚକର। ଅନ୍ୟ ଖେଳାଳି ତାଙ୍କ ଅନୁକରଣ କରିବା ସହ ସକରାତ୍ମକ ଶୈଳୀର ଖେଳିବା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି।

Share