ନୂଆଦିଲ୍ଲୀ,୨୪।୩: ଦିଲ୍ଲୀ କ୍ୟାପିଟାଲ୍ସ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)କୁ ଲାଗିଛି ଝଟକା। ସ୍ପିନର ଆଡାମ ଜମ୍ପା ଆଇପିଏଲ୍ ୨୦୨୧ର ଉଦ୍ଘାଟନୀ ମ୍ୟାଚ୍ରେ ସାମିଲ ହୋଇପାରିବେ ନାହିଁ। ଏହି ଫ୍ରାଞ୍ଚାଇଜ୍ ପକ୍ଷରୁ ଟୁଇଟ୍ରରେ ଏକ ପୋଷ୍ଟ କରାଯାଇ ଏନେଇ ସୂଚନା ଦିଆଯାଇଛି। ତେବେ ସେ ବାକି ମ୍ୟାଚ୍ ଖେଳିବେ ବି ନାହିଁ ତାହା ଜଣାପଡ଼ିନାହିଁ।
ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଆଘାତ ସମସ୍ୟା ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାରଙ୍କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଗମ୍ଭୀର ଆଘାତ ଥିଲେ ସେ ଆଇପିଏଲ୍ ଖେଳିପାରିବେ ନାହିଁ ବୋଲି କୁହାଯାଉଛି। ହେଲେ ଜମ୍ପା ସୁସ୍ଥ ଅଛନ୍ତି। ବ୍ୟକ୍ତିଗତ କାରଣକୁ ନେଇ ସେ ଟୁର୍ନାମେଣ୍ଟରେ ଭାଗ ନେବେ ନାହିଁ। ସେଇଟି ହେଲା ୨୮ ବର୍ଷୀୟ ଜମ୍ପା ବିବାହ କରିବାକୁ ଯାଉଛନ୍ତି।
ପ୍ରକାଶ ଯେ, ଜମ୍ପା ଆଇପିଏଲ୍ରେ ୧୪ ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ୨୧ ଉଇକେଟ ନେଇଛନ୍ତି। ଗତ ସିଜନ୍ରେ ତାଙ୍କୁ ୩ ମ୍ୟାଚ୍ରେ ଖେଳିବାର ସୁଯୋଗ ମିଳିଥିଲା। ଏଥିରେ ସେ ୨ ଉଇକେଟ ନେଇଥିଲେ।