ନୂଆଦିଲ୍ଲୀ,୧୨।୧୦: ଆଦାନୀର ସମସ୍ତ ବନ୍ଦରରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ଇରାନରୁ ଆସିଥିବା ସାମଗ୍ରୀ ଉପରେ କେନ୍ଦ୍ର ସରକାର ବ୍ୟାନ ଲଗାଇଛନ୍ତି। ଆଦାନୀ ପୋର୍ଟରେ ପ୍ରାୟ ୨୧ ହଜାର କୋଟିର ଡ୍ରଗ ମିଳିବା ପରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ ୩ ଦେଶରୁ ଆସୁଥିବା କାର୍ଗୋକୁ ପରିଚାଳନା କରାଯିବ ନାହିଁ ବୋଲି ଆଦାନୀ ପୋର୍ଟ ପକ୍ଷରୁ ସୋମବାର ସ୍ପଷ୍ଟ କରାଯାଇଛି। ୧୫ ନଭେମ୍ବରରୁ ଉକ୍ତ ନିଷ୍ପତ୍ତି ଲାଗୁ ହେବ। ଦେଶ ମଧ୍ୟରେ ରହିଥିବା ବନ୍ଦରଗୁଡିକର କାର୍ଗୋ ପରିଚାଳନା କ୍ଷେତ୍ରରେ ଆଦାନୀର ବଜାର ଅଂଶ ୨୫% ରହିଛି। ଦେଶର ୧୩ ବନ୍ଦରକୁ ଆଦାନୀ ପରିଚାଳନା କରୁଛି। ନିକଟରେ ଗୁଜରାଟର ଆଦାନୀ ପୋର୍ଟରେ ବୃହତ୍ ପରିମାଣର ଡ୍ରଗ୍ ଜବତ କରାଯାଇଥିଲା। ଗୁଜରାଟର ମୁନ୍ଦ୍ରା ବନ୍ଦରରେ ୩ ହଜାର କିଲୋ ହେରୋଇନ ଧରାପଡିଥିଲା। ଡ୍ରଗ ଯେଭଳି ଧରା ନ ପଡିବ ସେ ନେଇ ଅନେକ ସତର୍କତା ଅଲମ୍ବନ କରାଯିବା ସହ ଏହାର ଉପରି ଭାଗକୁ ପାଉଡରରେ ପରି ଦିଆଯାଇଥିଲା। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୮ ଜଣକୁ ଗିରଫ କରାଯାଇଛି।