ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀ ନିକଟରେ ୨ଟି ସିମେଣ୍ଟ କମ୍ପାନୀ ଆଦାନୀ ଅମ୍ବୁଜା ସହ ଏସିସି ସିମେଣ୍ଟକୁ ମଧ୍ୟ କିଣିଥିଲେ। ହେଲେ କିଛି ସରକାରୀ ନିୟମାବଳୀ ଓ କାଗଜପତ୍ର କାମ ପାଇଁ ବିଧିବଦ୍ଧ ଭାବେ ତାହା ଘୋଷଣା କରାଯାଇ ନ ଥିଲା। ଶୁକ୍ରବାର ଉଭୟ କମ୍ପାନୀର ଅଧିଗ୍ରହଣ ସହ ବିଧିବଦ୍ଧ ଭାବେ ଉଭୟ ଏସିସି ଏବଂ ଅମ୍ବୁଜା ବର୍ତ୍ତମାନ ଆଦାନୀ ଗ୍ରୁପ୍ ଦ୍ୱାରା ପରିଚାଳିତ ହେବ ବୋଲି ଜଣାପଡ଼ିଛି। ବିଶେଷକରି ଆଦାନୀ ଗ୍ରୁପ୍ ପ୍ରାୟ ୧୦.୫ ବିଲିୟନ ଡଲାର ବିନିଯୋଗରେ ଉପରୋକ୍ତ ଦୁଇଟି ବୃହତ୍ ସିମେଣ୍ଟ କମ୍ପାନୀର ମାଲିକାନା ହାସଲ କରିଛି। ଅପରପକ୍ଷରେ ଚଳିତ ବର୍ଷ ଅଗଷ୍ଟରେ ସିସିଆଇ ଆଦାନୀ ଗ୍ରୁପ୍ର ଅମ୍ବୁଜା ସିମେଣ୍ଟ ଏବଂ ଏସିସି ସିମେଣ୍ଟର ଅଧିଗ୍ରହଣକୁ ଅନୁମୋଦନ କରିଥିଲା। ଏପରିକି ଚଳିତ ବର୍ଷ ମେ ମାସରେ ଆଦାନୀ ଗ୍ରୁପ୍ ଉଭୟ ସିମେଣ୍ଟ ବ୍ରାଣ୍ଡ୍କୁ ହୋଲସୀମ କମ୍ପାନୀଠାରୁ ୧୦.୫ ବିଲିୟନ ଡଲାର (ପ୍ରାୟ ୮୧,୩୩୯ କୋଟି ଟଙ୍କା) ରେ ରାଜିନାମା ହୋଇଥିବା ସୂଚନା ମିଳିଛି।