ନୂଆଦିଲ୍ଲୀ: ମାଙ୍ଗାଲୋର ବିମାନ ବନ୍ଦର ଲିଜ ଆଦାନୀ ଗ୍ରୁପ ନିକଟକୁ ଆସିଛି। ଏହି ବିମାନ ବନ୍ଦର କୁ ଗ୍ରୁପ ୫୦ ବର୍ଷିଆ ଲିଜ୍ରେ ନେଇଥିବା ଜଣାପଡିଛି। ଏୟାର ପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ) ଶୁକ୍ରବାର ମଧ୍ୟ ରାତ୍ରିରେ ଏ ସଂକ୍ରାନ୍ତ କାଗଜପତ୍ରକୁ ଆଦାନୀଗ୍ରୁପକୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସରକାର ଗତବର୍ଷ ଫେବୃୟାରୀରେ ଦେଶର ୬ ବଡ ବିମାନ ବନ୍ଦରକୁ ଘରୋଇକରଣ କରିଥିଲେ। ଏହା ମଧ୍ୟରେ ଲକ୍ଷ୍ନୌ, ଅହମ୍ମଦାବାଦ, ଜୟପୁର, ମାଙ୍ଗାଲୋର, ଥିରୁଭାନନ୍ତପୁରମ ଏବଂ ଗୌହାଟି ଭଳି ବିମାନବନ୍ଦର ରହିଛି। କମ୍ପିଟିଟିଭ୍ ବିଡିଂ ଧାରାରେ ଆଦାନୀ ଏହି ସବୁ ବିମାନ ବନ୍ଦର ପରିଚାଳନା ଲାଗି ଅନୁମତି ଲାଭ କରିଛି। ମାଙ୍ଗାଲୋର,ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ବିମାନ ବନ୍ଦରର ଅପରେନନ୍ସ, ପରିଚାଳନା ଏବଂ ଉନ୍ନତୀକରଣ ଲାଗି ଫେବୃୟାରୀ ୧୪ରେ ଏଏଆଇ ଆଦାନୀ ସହ ଚୁକ୍ତି କରିଥିଲା। ସେହିଭଳି ଜୟପୁର, ଗୁଆହାଟି ଏବଂ ଥିରୁଭାନନ୍ତପୁରମ ଲାଗି ଚୁକ୍ତି ସେପ୍ଟେମ୍ବରରେ ହୋଇଛି। ଚୁକ୍ତି ମୁତାବକ, ଆଦାନୀ ନିକଟକୁ ଅକ୍ଟୋବର ୩୧ରେ ମାଙ୍ଗାଲୋର ବିମାନ ବନ୍ଦର ଆସିଛି।