Categories: ବାଣିଜ୍ୟ

ଏଫ୍‌ପିଓ ଜରିଆରେ ୨୦,୦୦୦ କୋଟି ସଂଗ୍ରହ କରିବ ଆଦାନୀ ଗ୍ରୁପ୍‌

ନୂଆଦିଲ୍ଲୀ,୨୬।୧୧: ଆଦାନୀ ଗ୍ରୁପ୍‌ର ସହଯୋଗୀ ସଂସ୍ଥା ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ଫଲୋ-ଅନ୍‌ ପବ୍ଲିକ ଅଫର (ଏଫ୍‌ପିଓ) ଜରିଆରେ ୨୦,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଏପରିକି ଏଫ୍‌ପିଓରୁ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ୍‌କୁ ବ୍ୟାପକ ସହାୟତା ମିଳିବ ବୋଲି କୁହାଯାଉଛି।
ସେହିଭଳି କମ୍ପାନୀ ନିକଟରେ ବର୍ତ୍ତମାନ ଆଦାନୀ ଏଣ୍ଟରପ୍ରାଇଜେସ୍‌ ମିଲିଟେଡ୍‌ର ୭୨.୬୩%ର ଶେୟାର ରହିଛି। ଏହାଛଡା ୨୭.୩୭% ଅଂଶ ପ୍ରାୟ ୨୦% ବୀମା କମ୍ପାନୀ ଏବଂ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ନିକଟରେ ରହିଛି। ଆଦାନୀ ଗ୍ରୁପ୍‌ର ଏହି କମ୍ପାନୀର ପ୍ରତି ଶେୟାରର ମୂଲ୍ୟ ୩୯୦୩.୩୫ ଟଙ୍କା ରହିଛି। ସେହିପରି ଆଇପିଓ ଏବଂ ଏଫ୍‌ପିଓ ମଧ୍ୟରେ ଭିନ୍ନତା ରହିଥାଏ। ବିଶେଷକରି ଏଫପିଓ ଜରିଆରେ ପୂର୍ବରୁ ଲିଷ୍ଟେଡ୍‌ ପବ୍ଲିକ କମ୍ପାନୀଗୁଡିକ ବଜାରରେ ନିଜର ଶେୟାର ଜାରି କରି ଅର୍ଥ ଯୋଗାଡ କରିଥାଏ।

Share