ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କର ପ୍ରାୟ ୧୯ ବିଲିୟନ ଡଲାର (୧୮.୮) ସମ୍ପତ୍ତି ବିଭିନ୍ନ କାରଣ ଯୋଗୁ ହ୍ରାସ ପାଇଛି। ଫଳରେ ସେ ବିଶ୍ବ ଧନୀ ତାଲିକାରୁ ବାଦ୍ ପଡ଼ିଥିବା ଜଣାପଡ଼ିଛି। ଫୋର୍ବସ୍ ପକ୍ଷରୁ ପ୍ରକାଶିତ ରିଅଲ ଟାଇମ ବିଲିୟନେୟାର୍ସରେ ସେ ୨୨ ତମ ସ୍ଥାନକୁ ଖସିଆସିଛନ୍ତି। ଚାଇନାର ଶିଳ୍ପପତି ତଥା ଟେନ୍ସେଣ୍ଟର ମୁଖ୍ୟ ମା ହୁଆଟେଙ୍ଗ୍ ଗୌତମ ଆଦାନୀଙ୍କୁ ହଟାଇ ୨୦ତମ ସ୍ଥାନ ଅଧିକାର କରିଛନ୍ତି। ଇତିମଧ୍ୟରେ ୭୪.୯ ବିଲିୟନ ଡଲାରରୁ ଖସି ବର୍ତ୍ତମାନ ୫୬.୧ ବିଲିୟନ ଡଲାରରେ ପହଞ୍ଚତ୍ଛି।