ଧନୀ ତାଲିକାର ଟପ୍‌-୨୫ରୁ ଆଦାନୀ ଆଉଟ୍‌

ନୂଆଦିଲ୍ଲୀ,୨୩।୨: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ଥରେ ହ୍ରାସ ପାଇଛି। ଗୁରୁବାର ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ସେ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ କୋଟିପତି ତାଲିକାର ଶୀର୍ଷ -୨୫ ସ୍ଥାନରୁ ବାଦ୍‌ ପଡ଼ିଛନ୍ତି। ଗୁରୁବାର ସକାଳ ୯.୫୦ ରେ ରିଅଲ ଟାଇମ ତାଲିକା ଅନୁଯାୟୀ, ଆଦାନୀ ୪୨.୭ ବିଲିୟନ ଡ଼ଲାର୍‌ ସମ୍ପତ୍ତି ସହିତ ୨୯ତମ ସ୍ଥାନରେ ପହଞ୍ଚିଛନ୍ତି। ଚଳିତ ବର୍ଷ ସେ ୭୭.୯ ବିଲିୟନ ଡଲାର ସମ୍ପତ୍ତି ହରାଇଛନ୍ତି।

ଜାନୁଆରୀ ୨୪ରେ ହିନ୍ଦନ ବର୍ଗ ରିପୋର୍ଟ ପରଠାରୁ ଆଦାନୀ ଗ୍ରୁପର ଷ୍ଟକ ହ୍ରାସ ପାଇବା ବନ୍ଦ ହେଉନାହିଁ । ଏହାର ପ୍ରଭାବ ତାଙ୍କ ସମ୍ପତ୍ତି ଏବଂ କୋଟିପତି ମାନ୍ୟତାରେ ପଡ଼ୁଛି। ସମ୍ପତ୍ତି କ୍ରମାଗତ ହ୍ରାସ ପାଇବା ପରେ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମୁକୁଟ ହରାଇଛନ୍ତି।

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ଏହି ତାଲିକାରେ ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀ ୮୧.୫ ବିଲିୟନ ଡଲାର ସମ୍ପତ୍ତି ସହିତ ବିଶ୍ୱ ବିଲିୟନେୟାର ତାଲିକାରେ ଦ୍ୱାଦଶ ସ୍ଥାନରେ ରହିଛନ୍ତି।

Share