ନୂଆଦିଲ୍ଲୀ: ଫ୍ରାନ୍ସ ଭିତ୍ତିକ ଏନର୍ଜି କମ୍ପାନୀ ଟୋଟାଲ, ଆଦାନୀ ଗ୍ରୀନ୍ ଏନର୍ଜିରେ ୨୦% ଅଂଶଧନ ହାସଲ କରିବ। ଆଦାନୀ ଏଣ୍ଟରପ୍ରାଇଜେସ୍ର ଆଦାନୀ ଗ୍ରୀନ୍ ଏକ ଅଣପାରମ୍ପରିକ ଶକ୍ତି କମ୍ପାନୀ। ଟୋଟାଲ ସହ ଆଦାନୀର ଏହା ଦ୍ୱିତୀୟ ଚୁକ୍ତି। ୨୦୧୮ରେ ଟୋଟାଲ ଆଦାନୀ ଗ୍ୟାସ୍ ଲିମିଟେଡ୍ରେ ୩୭.୪% ଅଂଶଧନ ହାସଲ କରିଛି। ସେହିଭଳି ଧାମରା ଏଲ୍ଏନ୍ଜି ପ୍ରକଳ୍ପରେ ଟୋଟାଲ ୫୦% ଅଂଶଧନ ହାସଲ କରିଛି। ଏହି ଯୌଥ ଉଦ୍ୟୋଗ ରିଗ୍ୟାସିଫିକେଶନ ଟର୍ମିନାଲ ଉନ୍ନତୀକରଣ, ଧାମରା ଏଲ୍ଏନଜି ପ୍ରକଳ୍ପ, ୧୫୦୦ ସର୍ଭିସ ଷ୍ଟେଶନ ଲାଗି ରିଟେଲ ନେଟ୍ଓ୍ବର୍କ ସ୍ଥାପନ ଦିଗରେ କାର୍ଯ୍ୟ କରୁଛି। ବର୍ତ୍ତମାନର ଚୁକ୍ତି ଅନୁସାରେ ଟୋଟାଲ ୨.୩୫ ଗିଗାଓ୍ବାଟ ପୋର୍ଟଫୋଲିଓ ସୋଲାର ଆସେଟ ମଧ୍ୟରୁ ୫୦% ଅଂଶଧନ ଏବଂ ଆଦାନୀ ଗ୍ରୀନ୍ରେ ଗ୍ଲୋବାଲ ଇନ୍ଭେଷ୍ଟମେଣ୍ଟର ୨୦% ଅଂଶଧନ ହାସଲ କରିବା ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି।