Categories: ବାଣିଜ୍ୟ

୬୫ ହଜାର କୋଟି ନିବେଶ କରିବେ ଆଦାନୀ

ନୂଆଦିଲ୍ଲୀ,୮।୧୦: ଏସିଆର ଏକ ନମ୍ବର ଧନୀ ଗୌତମ ଆଦାନୀ ରାଜସ୍ଥାନରେ ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ୬୫,୦୦୦ କୋଟି ଟଙ୍କା ନିବେଶ କରିବେ ବୋଲି ଘୋଷଣା କରିଛନ୍ତି। ଏପରିକି ଇନ୍‌ଭେଷ୍ଟ ରାଜସ୍ଥାନ-୨୦୨୨ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୌତମ କହିଛନ୍ତି, ସେ ଯେତେବେଳେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଥର ଭେଟିଥିଲେ, ସେତେବେଳେ ସେ ରାଜସ୍ଥାନରେ ବିଜୁଳି କ୍ଷେତ୍ରରେ ନିବେଶ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଆଉ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଦାନୀଙ୍କ ଉକ୍ତ ପ୍ରସ୍ତାବକୁ ସମର୍ଥନ ଜଣାଇବା ସହ କମ୍ପାନୀକୁ ଭୂମି, ଜଳ ଏବଂ ଅନ୍ୟ ମଞ୍ଜୁରୀ ଯଥା ଶୀଘ୍ର ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ଥାନ ସରକାରଙ୍କ ଏଭଳି ତତ୍ପର ଏବଂ ଶୀଘ୍ର ନିର୍ଣ୍ଣୟ ନେବାର ପ୍ରକ୍ରିୟା ସେ ପ୍ରଥମ ଥର ପାଇଁ ଦେଖିଥିଲେ ବୋଲି ଆଦାନୀ ମତବ୍ୟକ୍ତ କହିଛନ୍ତି। ଏହି କାରଣରୁ ରାଜସ୍ଥାନରେ ୧୩୨୦ ମେଗାଓ୍ବାଟର ବିଜୁଳି ପ୍ଲାଣ୍ଟ ମାତ୍ର ୩୬ ମାସରେ ପୂରା ହୋଇଥିଲା।

Share