Categories: ବାଣିଜ୍ୟ

ଗୌତମ ଆଦାନିଙ୍କ ବଡ଼ ଘୋଷଣା, ଏହି କମ୍ପାନୀର ବିକିବେ ୫୮୪ କୋଟି ଟଙ୍କାର ଶେୟାର

ମୁମ୍ବାଇ,୨୩ା୧୨: ଅଦାନୀ ସମୂହର କମ୍ପାନୀ ଆଦାନି ୱିଲମାରକୁ ନେଇ ବଡ଼ ଖବର ଆସିଛି। କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଦାନି ୱିଲମାର ୧.୨୪% କିମ୍ବା ୧.୬ କୋଟି ଟଙ୍କାର ଶେୟାର ବିକ୍ରି କରିବ। ଏହି ଶେୟାର ୨୬ ଡିସେମ୍ବରରୁ ୩୧ ଡିସେମ୍ବର ମଧ୍ୟରେ କରାଯିବାର ସମ୍ଭାବନା ରହିଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ୨୫% ସର୍ବନିମ୍ନ ସାର୍ବଜନୀନ ଅଂଶଧନ ନିୟମ ପାଳନ କରିବା ପାଇଁ ସେୟାର ବିକ୍ରି ହେଉଛି। ଆଦାନୀ ୱିଲମାର ଷ୍ଟକ ଏକ୍ସଚେଞ୍ଜ ନିକଟରେ ଏକ ଫାଇଲିଂରେ କହିଛି ଯେ କମ୍ପାନୀର ପ୍ରୋମୋଟର୍ସ ଆଦାନୀ କମୋଡିଟିସ୍ ଏଲଏଲପି ଏବଂ ଲାନ୍ସ ପିଟି ଲିମିଟେଡ୍ ସର୍ବନିମ୍ନ ସର୍ବସାଧାରଣ ଅଂଶଧନ ନିୟମ ପାଳନ କରିବାକୁ ସକ୍ଷମ ହେବା ପାଇଁ ଇକ୍ୱିଟି ସେୟାର ବିକ୍ରି କରୁଛି।

ସେବି ନିୟମ ଅନୁଯାୟୀ, ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ଯେକୌଣସି କମ୍ପାନୀର ସର୍ବସାଧାରଣ ଅଂଶ ଅତିକମରେ ୨୫ ପ୍ରତିଶତ ହେବା ଉଚିତ୍। ତଥାପି, ନୂତନ ତାଲିକାଭୁକ୍ତ କମ୍ପାନୀଗୁଡିକୁ ଏଥିପାଇଁ ପ୍ରାରମ୍ଭିକ ତିନି ବର୍ଷର ରିହାତି ରହିଛି।୨୦୨୨ ମସିହାରେ ଆଦାନୀ ୱିଲମାର ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହୋଇଥିଲା। ସେହି ସମୟରେ କମ୍ପାନୀ ୨୩୦ ଟଙ୍କା ମୂଲ୍ୟର ବଣ୍ଡରେ ୩୬୦୦ କୋଟି ଟଙ୍କାର ଏକ ଆଇପିଓ ଆଣିଥିଲା।

 

 

Share