ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ ବୁଧବାର ୨ଟି ଟ୍ରେଡିଂ ସେସନ୍ସର ମାର୍କେଟ ରାଲି ଯୋଗୁ ଆଦାନୀ ଗ୍ରୁପ୍‌ର କମ୍ପାନୀଗୁଡ଼ିକର ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧.୩୩ ଲକ୍ଷ କୋଟିକୁ ବଢ଼ିଛି। ୬.୫ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ସହ ବ୍ଲୁମ୍‌ବର୍ଗ ବିଲିଓନେୟାର ଇଣ୍ଡେକ୍ସର ୨୦ ଜଣିଆ ତାଲିକାରେ ୧୯ତମ ସ୍ଥାନ ଅଧିକାର କରିଛନ୍ତି। ତେବେ ଗତବର୍ଷ ତୁଳନାରେ ତାଙ୍କ ସମ୍ପତ୍ତିର ପରିମାଣ ୫୩.୮ ବିଲିୟନ୍‌ ଡଲାର କମ୍‌ ରହିଛି।

Share