ଚତୁର୍ଦ୍ଧାବିଗ୍ରହଙ୍କ ଆଡ଼ପମଣ୍ଡପ ବିଜେ ଆରମ୍ଭ

ପୁରୀ ଅଫିସ,୨୪ା୬: ନବଦିନାତ୍ମକ ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଅଛନ୍ତି। ବୁଧବାର ସନ୍ଧ୍ୟାରେ ମହାପ୍ରଭୁଙ୍କ ଆଡ଼ପମଣ୍ଡପ ବିଜେ ଆରମ୍ଭ ହୋଇଛି। ଗୋଟି ପହଣ୍ଡିରେ ଜଣକ ପରେ ଜଣେ ଆଡ଼ପ ମଣ୍ଡକୁ ବିଜେ କରିବେ। ଅପରାହ୍ନ ୫.୪୫ରେ ବିଜେ କାହାଳୀ ବାଜିବା ପରେ ରାମକୃଷ୍ଣ ଏବଂ ମଦନମୋହନ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି। ଏହା ପରେ ଚକ୍ରରାଜ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିବେ। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପ ମଣ୍ଡପକୁ ବିଜେ କରିବେ।

Share