Categories: ଜାତୀୟ

୬ ମାସ ମଧ୍ୟରେ ପିଲାଙ୍କ ପାଇଁ ଟିକା

ନୂଆଦିଲ୍ଲୀ,୧୪।୧୨: ଆଗାମୀ ୬ ମାସ ମଧ୍ୟରେ ପିଲାଙ୍କ ପାଇଁ ନୋଭାଭାକ୍ସ କୋଭିଡ୍‌-୧୯ ଟିକା ଉପଲବ୍ଧ କରିବାକୁ ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଯୋଜନା କରୁଛି। ଏ ନେଇ ଏସ୍‌ଆଇଆଇ ସିଇଓ ଆଦର ପୁନାଓ୍ବାଲା ମଙ୍ଗଳବାର କହିଛନ୍ତି। ୩ ବର୍ଷ ଓ ତତୁର୍ଦ୍ଧ୍ୱ ବୟସ୍କ ପିଲାଙ୍କ ଉପରେ ନୋଭାଭାକ୍ସ ଟିକା ପରୀକ୍ଷା କରାଯାଇଥିଲା। ଏଥିରୁ ଭଲ ଫଳ ମିଳିଥିବା ସେ କହିଛନ୍ତି।

ନିକଟରେ କେନ୍ଦ୍ରୀୟ ଔଷଧ ନିୟନ୍ତ୍ରକର ବିଶେଷଜ୍ଞ ପ୍ୟାନେଲ ଠାରୁ କୋଭାଭାକ୍ସ ଟିକାର ଜରୁରୀକାଳିନ ଅନୁମତି ପାଇଁ ଆବେଦନ ଉପରେ ସମ୍ମୀକ୍ଷା କରିଥିଲା। ସିରମ ଇନଷ୍ଟିଚ୍ୟୁଟଠାରୁ ଟ୍ରାଏଲ ସମ୍ପର୍କୀତ ଅଧିକ ତଥ୍ୟ ମଗାଯାଇଛି। ଆବେଦନ ସହ ପୁଣେର ପ୍ରତିଷ୍ଠିତ ଫାର୍ମ ଦେଶରେ କରାଯାଇଥିବା କ୍ଲିନିକାଲ ଟ୍ରାଏଲର ୨/୩ ପର୍ଯ୍ୟାୟ ଆନ୍ତରୀଣ ନିରାପତ୍ତା ଏବଂ ଇମୁନୋଜେନିସିଟି ଡାଟା ପ୍ରଦାନ କରିଛି। ତେବେ ଏପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍ବଦେଶୀ ପ୍ରସ୍ତୁତ ଟିକାକୁ ଦେଶରେ ମଞ୍ଜୁରୀ ମିଳିନାହିଁ।

Share