Categories: ଜାତୀୟ

ବିଦେଶ ଯାଉଥିବା ଛାତ୍ରଙ୍କୁ ସାହାଯ୍ୟ କରିବେ ପୁନାୱାଲା

ନୂଆଦିଲ୍ଲୀ,୫ ।୮: ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଗୁରୁବାର କହିଛନ୍ତି ବିଦେଶରେ ପାଠ ପଢିବା ପାଇଁ ଯାଉଥିବା ଛାତ୍ରଙ୍କୁ ସେ ସାହାଯ୍ୟ କରିବେ । ଏଥିପାଇଁ ସେ ୧୦ କୋଟି ଟଙ୍କା ଫଣ୍ଡ ପ୍ରସ୍ତୁତ କରିଛନ୍ତି । ବାସ୍ତବରେ କିଛି ଦେଶ ଏପର୍ଯ୍ୟନ୍ତ କୋଭିସିଲ୍ଡକୁ ବିନା କ୍ୱାରାଣ୍ଟିନରେ ପ୍ରବେଶ ପାଇଁ ଏକ ଗ୍ରହଣୀୟ ଟିକା ଭାବେ ଅନୁମୋଦନ କରି ନାହାନ୍ତି । ତେଣୁ ପୁନାୱାଲା କ୍ୱାରାଣ୍ଟିନରେ ଥିବା ଛାତ୍ରମାନଙ୍କୁ ସାହାଯ୍ୟ କରିବେ । ଟୁଇଟ୍ କରି ସେ କହିଛନ୍ତି, ବିଦେଶ ଯାଉଥିବା ପ୍ରିୟ ଛାତ୍ର, କିଛି ଦେଶ ଏପର୍ଯ୍ୟନ୍ତ କୋଭିସିଲ୍ଡକୁ ବିନା କ୍ୱାରାଣ୍ଟିନରେ ପ୍ରବେଶ ପାଇଁ ଏକ ଗ୍ରହଣୀୟ ଟିକା ଭାବେ ଅନୁମୋଦନ କରି ନାହାନ୍ତି । ହେଲେ ସେଥିପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ ଏଥଇପାଇଁ ମୁଁ ୧୦ କୋଟି ଟଙ୍କା ଅଲଗା ରଖିଛି । ଏଥିପାଇଁ ସେ ଏକ ଲିଙ୍କ ବି ଶେୟାର କରିଛନ୍ତି ଆବଶ୍ୟକ ପଡିଲେ ଛାତ୍ରମାନେ ସହୟତା ପାଇଁ ଆବେଦନ କରିପାରିବେ । ଏହା ପୂର୍ବରୁ ଜୁଲାଇରେ ପ୍ରବେଶ ପାଇଁ ଏକ ସ୍ୱିକାର ଟିକା ଭାବେ କୋଭିସିଲ୍ଡକୁ ମାନ୍ୟତା ଦେବା ଲାଗି ସେ ୧୬ ୟୁରୋପୀୟ ଦେଶକୁ ଲେଖିଥିଲେ ।

Share