କରୋନାକୁୁ ଜିତିବାକୁ ହେଲେ ଆମେରିକା ରାଷ୍ଟ୍ରପତିଙ୍କୁ କରିବାକୁ ପଡ଼ିବ ଏହି କାମ: ପୁନାଓ୍ବାଲା

ନୂଆଦିଲ୍ଲୀ,୧୬।୪: ଦେଶ ଓ ବିଶ୍ୱରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱର ସର୍ବବୃହତ ଭାକ୍ସିନ ତିଆରି କରୁଥିବା କମ୍ପାନୀ ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଏସ୍‌ଆଇଆଇ)ର ସିଇଓ ଅଦାର ପୁନାଓ୍ବାଲା। ସେ କହିଛନ୍ତି, ଦେଶରେ କରୋନା ହୁ ହୁ ହୋଇ ବଢ଼ିବାରେ ଲାଗିଛି। କରୋନା ଚେନ୍‌କୁ ଭାଙ୍ଗିବାକୁ ହେଲେ ସମସ୍ତଙ୍କୁ ସଚେତନତା ରହିବା ସହ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ ଓ ଭାକ୍ସିନ ଆବଶ୍ୟକ। ତେବେ ଏହାକୁ ନେଇ ପୁନାଓ୍ବାଲା ଆମେରିକା ରାଷ୍ଟ୍ରପତିଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି। ଭାକ୍ସିନ ଉତ୍ପାଦନକୁ ତ୍ୱରାନିତ କରିବା ପାଇଁ ଆମେରିକାରୁ ରତ୍ପାନୀ ହେଉଥିବା କଞ୍ଚାମାଲ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଶୀଘ୍ର ହଟାଇବାକୁ ସେ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ଏନେଇ ସେ ଟୁଇଟ କରି କହିଛନ୍ତି। ସେ ରାଷ୍ଟ୍ରପତିଙ୍କୁ ଟୁଇଟ କରି କହିଛନ୍ତି, ଯଦି ପ୍ରକୃତରେ କରୋନା ଭାଇରସ୍‌ ସଂକ୍ରମଣକୁ ହରାଇବାକୁ ଚାହୁଁଛେ, ତେବେ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ଏଥପାଇଁ ପ୍ରଥମେ ଆମେରିକାରୁ ରତ୍ପାନୀ ହେଉଥିବା କଞ୍ଚାମାଲ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ପଡ଼ିବ। ଯାହାଫଳରେ ଭାକ୍ସିନ ଉତ୍ପାଦନକୁ ତ୍ୱରାନିତ କରାଯାଇପାରିବ। ଆମେରିକା ପାଖରେ ଏହାର ସବିଶେଷ ତଥ୍ୟ ରହିଛି ବୋଲି ପୁନାଓ୍ବାଲା ରାଷ୍ଟ୍ରପତିଙ୍କୁ କହିଛନ୍ତି।

Share