ଅଭିନୟରୁ ଅଦାଙ୍କ ବିରତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅଦା ଶର୍ମା ତାଙ୍କ ସୌନ୍ଦର୍ଯ୍ୟ ସହ ଅଭିନୟ ପାଇଁ ମଧ୍ୟ ଜଣାଶୁଣା। ତେବେ ସିନେମା ‘ଦି କେରଲ ଷ୍ଟୋରି’ ମୁକ୍ତିଲାଭ ପରେ ଅଭିନେତ୍ରୀଙ୍କ ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ପରେ ଅଦା ଏବେ ଅଭିନୟରୁ ବିରତି ନେବେ ବୋଲି ଜଣାପଡ଼ିଛି। କିଛିଦିନ ତଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଥିଲା। ନିକଟରେ ସେ ନିଜର କିଛି ଫଟୋ ଶେୟାର କରି ଅଭିନୟରୁ ବିରତି ନେବେ ବୋଲି ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଛାଡ଼ିଥିବା ଫଟୋରେ ତାଙ୍କ ହାତରେ କିଛି ଫଳି ଯାଇଥିବା ଦେଖିବାକୁ ମିଳିଛି। ତାଙ୍କୁ ଚର୍ମ ରୋଗ ହୋଇଥିବା ସେ ଜଣାଇଛନ୍ତି। ସେ କହିଛନ୍ତି, କିଛି ଦିନ ହେଲା ତାଙ୍କ ହାତରେ ଏଭଳି ଫଳି ଯାଇଛି, ଯାହାକୁ ସେ ଫୁଲ୍‌ ଡ୍ରେସ୍‌ ପିନ୍ଧି ଲୁଚାଉଥିଲେ। ସେ ଔଷଧ ଖାଉଥିଲେ, ଅଧିକ ସମସ୍ୟା ମଧ୍ୟ ନ ଥିଲା। ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ ଅଭିନୟରୁ ବିରତି ନେବେ ବୋଲି ଜଣାଇଛନ୍ତି।

Share