Posted inଜାତୀୟ

ଭାରତ ଯୋଡ ବଦଳରେ କଂଗ୍ରେସକୁ ଯୋଡି ଦିଅ…

ରାୟପୁର, ୧୦।୯ : ଛତିଶଗଡ ଗସ୍ତରେ ଥିବା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଟାର୍ଗେଟ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପଟେଲ କହିଛନ୍ତି ଯେ ବାଘେଲ କଂଗ୍ରେସର ଜଣେ ନେତା, ଏହା ଏକ ଭଲ କଥା। କିନ୍ତୁ, ସେମାନେ କହିବା ସମୟରେ ସୀମା ଉଲ୍ଳଂଘନ କରିବା ଉଚିତ ନୁହେଁ। ମର୍ଯ୍ୟାଦା ରକ୍ଷା କରିବା ଜରୁରୀ। ଅନ୍ତତଃପକ୍ଷେ ସେମାନେ ଯଦି ଆରଏସଏସର ଅବଦାନକୁ ପ୍ରଶଂସା କରନ୍ତି ନାହିଁ, କିଛି ଦୁଃଖ ନାହିଁ। ମାତ୍ର କୌଣସି ଅଭିଯୋଗ ଆଣିବା ଉଚିତ ନୁହେଁ।

ମୁଁ ସେମାନଙ୍କୁ କହିବି ଯେ ଏହି ଅସନ୍ତୋଷର ଭାଷା ଦେଶ ପାଇଁ ଭଲ ନୁହେଁ ଏବଂ ଏହା ମଧ୍ୟ ସେମାନଙ୍କ ଲାଗି ଠିକ ନୁହେଁ। ସେ କହିଛନ୍ତି ଯେ ଭାରତ ଯୋଡିବା ପରିବର୍ତ୍ତେ ବାଘେଲ ଭାଙ୍ଗିଯାଉଥିବା କଂଗ୍ରେସକୁ ଯୋଡିବା ଉଚିତ।

ବିଳାସପୁରରେ ମୁଖ୍ୟମନ୍ତ୍ରୀ ବାଘେଲ କେନ୍ଦ୍ରର ଭାଜପା ସରକାର ଏବଂ ଆରଏସଏସକୁ ପାକିସ୍ତାନ ସାମ୍ରାଜ୍ୟ ସହ ତୁଳନା କରି କହିଥିଲେ। ଏହି ପ୍ରସଙ୍ଗର ଜବାବ ଦେଇ କେନ୍ଦ୍ର ମନ୍ତ୍ରୀ ପଟେଲ ଏପରି କହିଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି ଛତିଶଗଡ ମଡେଲ ଶିଖିବାକୁ ଭାଜପା ଏବଂ ଆରଏସଏସ ଲୋକ ଆସୁଛନ୍ତି। ଛତିଶଗଡ ସରକାରଙ୍କ ଅନେକ ଯୋଜନାକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି।

କରୋନା ସମୟର ଗାଇଡଲାଇନ ଠାରୁ ଆରମ୍ଭ କରି ଗୋଧନ ନ୍ୟାୟ ଯୋଜନା ପର୍ଯ୍ୟନ୍ତ, ଅତ୍ମାନନ୍ଦ ଇଂରାଜୀ ବିଦ୍ୟାଳୟ ଆଦି ସମସ୍ତ ଯୋଜନା କେନ୍ଦ୍ରର ଭାଜପା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଛି। ମୁଁ ମୋହନ ଭାଗଓ୍ବତଙ୍କୁ କୌଶଲ୍ୟା ମାତା ମନ୍ଦିର, ଗୋଶାଳା ଏବଂ ଆତ୍ମାନନ୍ଦ ବିଦ୍ୟାଳୟ ପରିଦର୍ଶନ କରିବାକୁ ନିମନ୍ତ୍ରଣ କରିଛି, କିନ୍ତୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ପ୍ରହ୍ଲାଦ ଭୁପେଶ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ ଛତିଶଗଡରେ ଯେଉଁ କାର୍ଯ୍ୟ କରାଯିବା ଉଚିତ ତାହା ହୋଇ ନାହିଁ। ୨୮ ପ୍ରତିଶତ କାର୍ଯ୍ୟ କରାଯାଇଛି । କେନ୍ଦ୍ର ସରକାରଙ୍କଠାରୁ ଅର୍ଥର ଅଭାବ ନାହିଁ । ରାଜ୍ୟ ସରକାର ଏହି କାମ କରିପାରୁ ନଥିବା ସେ ଅଭିଯୋଗ କjରିଛନ୍ତି। ରାଜ୍ୟଗୁଡିକରୁ ଆଶା କରାଯାଉଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କଠାରୁ ଯେତିକି ଟଙ୍କା ଆସୁଛି ସେତେ ଅଧିକ କାମ କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

Mohan Bhagwat:‘ଗୋଟିଏ ମନ୍ଦିର, ଗୋଟିଏ କୂଅ, ଗୋଟିଏ ଶ୍ମଶାନ’, ହିନ୍ଦୁ ଏକତାକୁ ନେଇ ଭାଗବତଙ୍କ ନୂଆ ଫର୍ମୁଲା

ନୂଆଦିଲ୍ଲୀ,୨୧।୪: ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ହିଂସାର ଭୟଙ୍କର ଦୃଶ୍ୟ ଦେଖିବା ପରେ, ଅନେକ ଲୋକ ହିନ୍ଦୁ ଏକତା ପାଇଁ ଆହ୍ବାନ ଦେଉଛନ୍ତି। ଆରଏସଏସ ମୁଖ୍ୟ Mohan...

ଲିକ ହେଲା ଆମେରିକାର War Plan, Signalରେ ଶେୟାର କରି ଗୁଇନ୍ଦା ସୂଚନା ଦେଲେ ରକ୍ଷା ସଚିବ

ଓ୍ବାଶିଂଟନ,୨୧।୪: ହୁଥି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ଯୋଜନା ପୁଣି ଥରେ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗସେଥ ମାର୍ଚ୍ଚ ମାସରେ ୟେମେନର ଇରାନ-ସମର୍ଥିତ...

ଗର୍ଭପାତ ନ କରିବାରୁ ପ୍ରେମିକାଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ ପ୍ରେମିକ

ମାଲକାନଗିରି,୨୧ା୪(ଗୌରୀଶଙ୍କର ପଣ୍ଡା): ଗତ ଏପ୍ରିଲ ୧୨ରେ ମାଲକାନଗିରି ବ୍ଲକ ରେଙ୍ଗାବନ୍ଧ ଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଜବତ ଘଟଣାରେ ପୋଲିସ ତଦନ୍ତ...

ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ...

ବୁଦ୍ଧିଜୀବୀ ବନାମ ରାଜନେତା

ନସାଧାରଣଙ୍କ ପୁଞ୍ଜିରେ ନିର୍ମିତ ବିଭିନ୍ନ ପ୍ରକାର ଲୋକାର୍ପଣ ଉତ୍ସବଗୁଡ଼ିକରେ ଫିତାକଟା ସମୟରେ ଅତିଥି ଭାବରେ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନେତାଙ୍କର ଫଟୋ ଦେଖିବାକୁ ମିଳୁଛି।...

ମଣିଷ ଦର

ମଗ୍ରିକ ଭାବେ ବିଚାରକଲେ ଦର ହେଉଛି ଏକ ମୂଲ୍ୟ ନିରୂପଣର ମାଧ୍ୟମ। ତେବେ ବସ୍ତୁ, ସାମଗ୍ରୀ ଆଦି ଯଥାର୍ଥରେ ମୂଲ୍ୟ ନିରୂପଣ ଯୋଗ୍ୟ ବା କରିବା...

ଭାଷା ଭେଳିକି

ସାଧାରଣରେ କୁହାଯାଇଥାଏ ଆମେ ଭାରତୀୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ସମ୍ବିଧାନରେ ସବୁ ପ୍ରକାର ନିରପେକ୍ଷତା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ବାସ୍ତବରେ...

JD Vance: ସପରିବାର ଜୟପୁର ଯିବେ ଆମେରିକା ଉପରାଷ୍ଟ୍ରପତି, ଚନ୍ଦା-ପୁଷ୍ପା କରିବେ ସ୍ବାଗତ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି। ଶୁଳ୍କ ବିବାଦ ମଧ୍ୟରେ ଭାରତ ଆସୁଥିବା ଆମେରିକାର ଉପରାଷ୍ଟ୍ରପତିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image