ପାତିସୁନାପୁରକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ାଯାଉ

ବ୍ରହ୍ମପୁର,୧୮ା୧(ନରସିଂହ ସାହୁ)ଗଞ୍ଜାମ ଜିଲା ଉପକୂଳ ତଥା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମତ୍ସ୍ୟଜୀବୀ ବହୁଳ ସୁନାପୁର ଓ ପାତିସୁନାପୁର ନିକଟସ୍ଥ ବଙ୍ଗୋପସାଗରରେ ଅଞ୍ଚଳରେ ପ୍ରବାହିତ ବାହୁଦା ନଦୀ ମିଶୁଛି । ଏହି ମୁହାଣର ଦୃଶ୍ୟ ଦେଖାଣାହାରୀଙ୍କୁ ମନମୋହୁଛି। ଶୀତଦିନେ ବିରଳ ପ୍ରଜାତିର ଶତାଧିକ ପକ୍ଷୀ ନଦୀ ମୁହାଣକୁ ଆସୁଛନ୍ତି। ତେବେ ଏହି ମୁହାଣ ଅବହେଳିତ ହୋଇରହିଛି। ଏହାର ବିକାଶ ସହ ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବାକୁ ଚିକିଟିର ପୂର୍ବତନ ବିଧାୟକ ତଥା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଦାବି କରିଛନ୍ତି। ଅନ୍ୟପକ୍ଷରେ ଆବଶ୍ୟକ କ୍ଷେତ୍ର ଥିବାରୁ ରାଜ୍ୟ ସରକାର ବାହୁଦା ମୁହାଣରେ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ହଜାର ହଜାର ମତ୍ସ୍ୟଜୀବୀଙ୍କ ଅର୍ଥନୈତିକ ବିକାଶ ଘଟିବ ଏବଂ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିହେବ।
ବାହୁଦା ମୁହାଣରେ ନଦୀଭିତ୍ତିକ ଛୋଟିଆ ବନ୍ଦର ନିର୍ମାଣ ଦୀର୍ଘଦିନର ଦାବି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ପୀତବାସ ପଣ୍ଡା ଆଲୋଚନା ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି। ପାରାଦୀପ ଏବଂ ଆନ୍ଧ୍ରର ବିଶାଖାପାଟଣା ମଧ୍ୟରେ ଗୋପାଳପୁର ବନ୍ଦର ଅଛି। ଗୋପାଳପୁର ବନ୍ଦର ୧୯୯୯ ମହାବାତ୍ୟାରେ ଛାରଖାର ହୋଇଯାଇଥିଲା। ୫ରୁ ୬ ବର୍ଷ ପରେ ୨୦୦୬ରେ ବନ୍ଦରକୁ ସରକାର ଘରୋଇକରଣ କଲେ। ୧୯୮୦ ଦଶକର ଦ୍ୱିତୀୟ ଭାଗରେ ରାଜ୍ୟ ରାଜକୋଷରୁ ୧୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗୋପାଳପୁର ସାମୟିକ କ୍ଷୁଦ୍ର ବନ୍ଦର ଓଡ଼ିଆ ଶିଳ୍ପପତିଙ୍କୁ ଘରୋଇକରଣ ନ୍ୟସ୍ତ କରାଯାଇଥିଲା। ବନ୍ଦରର ବିକାଶ ଓ ଏହାକୁ ସବୁଦିନିଆ ବୃହତ୍ତ ବନ୍ଦର କରାଯିବା ସର୍ତ୍ତ ଥିଲା। ଏହାର ୧୮ ବର୍ଷ ବିତିଛି ଏବଂ ବନ୍ଦର ଯଥାପୂର୍ବଂ ତଥା ପରଂ ଅବସ୍ଥାରେ ଥିବା ସେଠାର ଶ୍ରମିକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ନୌ-ବାଣିଜ୍ୟ କାରବାର ମଧ୍ୟ ଆଶାନୁରୂପ ହୋଇ ନ ଥିବା କୁହାଯାଇଛି। ପାରାଦୀପ ବନ୍ଦରର ପଣ୍ୟ କାରବାର ଦିନକୁ ଦିନ ବଢ଼ୁଥିବାରୁ ସେଠାର ବଳକା ପଣ୍ୟ ବେଳେବେଳେ ଗୋପାଳପୁର ବନ୍ଦର ମାଧ୍ୟମରେ ରପ୍ତାନି କରାଯାଉଛି। ତେଣୁ ବଙ୍ଗୋପସାଗର ଉପକୂଳର ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣା ଓ ଗୋପାଳପୁର ମଧ୍ୟ ଭାଗରେ ସୁନାପୁର ବାହୁଦା ମୁହାଣରେ ରାଜ୍ୟ ସରକାର କ୍ଷୁଦ୍ର ନଦୀ ଭିତ୍ତିକ ବନ୍ଦର ନିର୍ମାଣ କରିବାର ଯଥାର୍ଥତା ଥିବା ମତ୍ସ୍ୟଜୀବୀଙ୍କ ପକ୍ଷରୁ ଦାବି କରାଯାଇଛି। ୨୦୧୨ରେ ବାହୁଦା ମୁହାଣରେ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିଲା। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସହମତି ଦେଇଥିଲେ। ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷର କରିବାକୁ କହିଥିଲେ। ତେବେ ସରକାର ଚୁପ୍‌ ରହିବାରୁ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ମଉଳି ଯାଇଥିଲା ବୋଲି କଂଗ୍ରେସ ନେତା ତଥା ଓଡ଼ିଶା ବାର କାଉନସିଲ ସଦସ୍ୟ ପୀତବାସ ପଣ୍ଡା ଅଭିଯୋଗ କରିଛନ୍ତି। ବିଭିନ୍ନ ନୂଆ ଯୋଜନା ବାବଦରେ ସରକାର ବହୁ ଟଙ୍କା ମଞ୍ଜୁୁର କରୁଥିବା ବେଳେ ଗଞ୍ଜାମ ମତ୍ସ୍ୟଜୀବୀ ଅଞ୍ଚଳରେ ବାହୁଦା ମୁହାଣରେ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର ନିର୍ମାଣ ପ୍ରତି ଅବହେଳା ନ କରନ୍ତୁ ବୋଲି ପଣ୍ଡା ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମୁଖ୍ୟମନ୍ତ୍ରୀ କହିଲେ ଏହି ୩ ଜିଲା ବେଶି ପ୍ରଭାବିତ, ଆଜି ରାତିରେ…

ଭୁବନେଶ୍ୱର,୨୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ସନ୍ଧ୍ୟାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri