ଯୋଡ଼ି ହେଲା ମହିଳାଙ୍କ ୪ କଟା ଆଙ୍ଗୁଠି

କଟକ ଅଫିସ,୧୬ା୭: ଯୋଡ଼ିି ହେଲା ମହିଳାଙ୍କ ୪ କଟା ଆଙ୍ଗୁଠି। ଏଭଳି ବିରଳ ଅସ୍ତ୍ରୋପଚାର ଏସ୍‌ସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗ ଡାକ୍ତରମାନେ କରିଛନ୍ତି। ଫଳରେ ଅସ୍ତ୍ରୋପଚାରର ୧୧ ଦିନ ପରେ ସମ୍ପୃକ୍ତା ମହିଳାଙ୍କ ୪ କଟା ଆଙ୍ଗୁଠି କିଛି ଅଂଶରେ ପୁନଃ କାର୍ଯ୍ୟକ୍ଷମ ହେବାକୁ ସକ୍ଷମ ହେଲାଣି। ଏସ୍‌ସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ପ୍ରଫେସର ଡା. ବିଭୁତି ଭୂଷଣ ନାୟକଙ୍କ ନେତୃତ୍ୱରେ ଡା. ରଶ୍ମିରଞ୍ଜନ ମହାନ୍ତି ଏବଂ ଡା. ପ୍ରଶାନ୍ତ କୁମାର ବଳ ପ୍ରାୟ ୧୧ ଘଣ୍ଟାର ଅସ୍ତ୍ରୋପଚାର କରି କଟା ଆଙ୍ଗୁଠିଗୁଡ଼ିକର ସଫଳ ପ୍ରତିରୋପଣ କରିଥିଲେ।
ସୂଚନା ଅନୁଯାୟୀ, ପିପିଲି ଅଞ୍ଚଳର ୪୮ବର୍ଷୀୟା ସୁଷମା ବଳଙ୍କର ଗତ ୪ ତାରିଖ ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ବାମହାତର କାଣି ଆଙ୍ଗୁଠି ବ୍ୟତୀତ ଅନ୍ୟ ସମସ୍ତ ଆଙ୍ଗୁଠି ସମ୍ପୂର୍ଣ୍ଣ ଭାବେ କଟିଯାଇଥିଲା। କଟା ଆଙ୍ଗୁଠିଗୁଡ଼ିକ ସହ ତାଙ୍କ ପରିବାର ଲୋକେ ଭୁବନେଶ୍ୱରର ଅନେକ ଘରୋଇ ହସ୍‌ପିଟାଲକୁ ଯାଇ ଯୋଗାଯୋଗ କରିଥିଲେ। କିନ୍ତୁ କୌଣସି ହସ୍‌ପିଟାଲ ଏଭଳି ଜଟିଳ ରୋଗୀଙ୍କ ଚିକିତ୍ସା କରିବାକୁ ରାଜି ନ ହେବାରୁ ଶେଷରେ ତାଙ୍କୁ ଅପରାହ୍ନ ୨.୩୦ରେ କଟକସ୍ଥ ଏସ୍‌ସିବି ମେଡିକାଲକୁ ଆଣିଥିଲେ। ଏଠାକାର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସେ ଏବେ ସୁସ୍ଥ ଅଛନ୍ତି। କଟିଯାଇଥିବା ଆଙ୍ଗୁଠିଗୁଡ଼ିକ ସାମାନ୍ୟ ଭଲ ହେବା ଆରମ୍ଭ କଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀନେତାଙ୍କ ସପକ୍ଷରେ ପୂର୍ବତନ ବିଧାୟକ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ): କୃଷି ଓ କୃଷକଙ୍କ ହକ ପାଇଁ ଲଢୁଥିବା ଚାଷୀନେତା ରମେଶ ମହାପାତ୍ରଙ୍କ ବାସଭବନରେ ରବିବାର ବରଗଡ଼ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ପହଞ୍ଚି...

କଟକରେ ଚାଞ୍ଚଲ୍ୟ: ଅଟୋ ଚାଳକଙ୍କ ତଣ୍ଟି କାଟିଦେଲେ ଦୁଇ ଯୁବକ

କଟକ,୫ା୧୦(କାର୍ତ୍ତିକ ସାହୁ): କଟକ ମଧୁପାଟଣା ଥାନା ଲିଙ୍କରୋଡ୍‌ ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କ ତଣ୍ଟି କାଟିଦେଇ ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଅଟୋ ଚାଳକଙ୍କୁ...

ଆସିଲା ପାର୍ବଣ, ମାତିଲେଣି ଲୁଟେରା ଗ୍ୟାଙ୍ଗ: ରୂପା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି…

ପୁରୁଷୋତ୍ତମପୁର,୬।୧୦(ସିମାଞ୍ଚଳ ମିଶ୍ର): ପୋଲିସ ପାଟ୍ରୋଲିଂ ଠିକ୍‌ ଭାବେ ହେଉ ନ ଥିବାରୁ ଏହାର ସୁଯୋଗ ନେଇ ପୁରୁଷୋତ୍ତମପୁର ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଉଠିଛନ୍ତି।...

ମୁହାଁମୁହିଁ ଧକ୍କା ପରେ ଜଳିଗଲା ଟ୍ରକ, କଣ୍ଟେନର: ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ!

କୁଚିଣ୍ଡା, ୬ା୧୦(ରାଧାମୋହନ ଷଡ଼ଙ୍ଗୀ): ଏକ ଦୁଃଖଦ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ କୁଚିଣ୍ଡାର ଏଜତୀୟ ରାଜପଥ-୫୩ ରେ ଜମନକିରା ପୋଲିସ ଅନ୍ତର୍ଗତ କାଦଲିପାଲା ଅଞ୍ଚଳ ନିକଟରେ ଏକ...

ଗଞ୍ଜାମରେ ବିଜେଡିକୁ ଝଟ୍‌କା: ଦଳ ଛାଡ଼ିଲେ ରାଜ୍ୟ ସମ୍ପାଦକ ନିର୍ମଳ ସାହୁ

ପୁରୁଷୋତ୍ତମପୁର,୬।୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ପୁଣି ବିଜେଡିକୁ ଏକ ବଡ଼ ଝଟ୍‌କା ଲାଗିଛି। ପୁରୁଷୋତ୍ତମପୁର ଅଞ୍ଚଳର ଯୁବନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ତଥା ଆସିକା...

ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

କୋକସରା,୬।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ବିଜୁ ଏକ୍ସପ୍ରେସ ୱେ କୁଲେରଗୁଡ଼ା ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଗାଡ଼ି...

ଟ୍ରେନରୁ କୋଇଲା ଚୋରି କରିବା ଦୁର୍ଦ୍ଦାନ୍ତ ଅପରାଧୀ ବାୟାଙ୍କୁ ପଡ଼ିଲା ମହଙ୍ଗା

ତିହିଡ଼ି,୬ା୧୦(ସଞ୍ଜିତ ବଳ)- ଭଦ୍ରକ-ଧାମରା ରେଳପଥରୁ କୋଇଲା ଚୋରି କରି ଚାଲାଣ କରୁଥିବା ଭଗବାନ ଦାସ ଓରଫ ବାୟାଙ୍କୁ ରବିବାର ତିହିଡ଼ି ପୋଲିସ ଗିରଫ କରିଛି। ତାଙ୍କ...

ଭୁବନେଶ୍ୱରରେ ବର୍ଷାପବନ: ଭାଙ୍ଗିଲା ୩୦ ଫୁଟ ଉଚ୍ଚର ତୋରଣ

ଭୁବନେଶ୍ୱର,୬।୧୦: ଆଗକୁ ଦୁର୍ଗାପୂଜା। ଏନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ସାଜସଜ୍ଜାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri