ଘାରିଛି ଓ୍ବେବ୍‌ ସିରିଜ ନିଶା

ବବି ଦେଓଲଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ବରସାତ୍‌’ (୧୯୯୫) ଚଳଚ୍ଚିତ୍ରରୁ। ଏଥିରେ ତାଙ୍କର ନାୟିକା ସାଜିଥିଲେ ଟ୍ବିଙ୍କିଲ ଖାନ୍ନା। ଫିଲ୍ମଟିକୁ ମଧ୍ୟ ଆଶାନୁରୂପ ସଫଳତା ମିଳିିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ବେଶ୍‌ କେତୋଟି ସିନେମାର ନାୟକ ସାଜିଥିଲେ ମଧ୍ୟ ହିନ୍ଦୀ ସିନେମାର ନାୟକ ଦୌଡରେ ନିଜକୁ ସାମିଲ କରିପାରି ନ ଥିଲେ। ଚଳିତବର୍ଷ ସେ ତାଙ୍କର ବଲିଉଡ୍‌ ଏଣ୍ଟ୍ରିର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛନ୍ତି। ଚଳିତ ବର୍ଷଠାରୁ ବବି ଓ୍ବେବ ସିରିଜ ଦୁନିଆରେ ପାଦ ଦେଇଛନ୍ତି। ଓ୍ବେବ୍‌ ସିରିଜ୍‌ ‘ଆଶ୍ରମ’ରେ ସେ ‘ବାବା ନିରାଲା’ ଭୂମିକାରେ ଅଭିନୟ କରୁଛନ୍ତି। ଏ ବିଷୟରେ ବବି କହନ୍ତି, ‘ଡିଜିଟାଲ ପ୍ଲାଟଫର୍ମରେ ଅଭିନୟ କରିବା ମୋର ଆଶା ଥିଲା। ବିଶେଷଭାବରେ ଓ୍ବେବ ସିରିଜ ‘ଆଶ୍ରମ’ ମୋତେ ବେଶ୍‌ ସଫଳତା ଦେଇଛି। ବଲିଉଡରେ ଘଟିଥିବା ସଫଳତା-ବିଫଳତାକୁ ଆଉ ହିସାବ କରି କିଛି ଲାଭ ନାହିଁ। ବର୍ତ୍ତମାନ ଓ୍ବେବ୍‌ ସିରିଜ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି।’ ଦେଖାଯାଉ, ସେ ଏଥିରେ କେତେ ସଫଳ ହେଉଛନ୍ତି।

Share