ରୁଷିଆ ସୈନ୍ୟଙ୍କୁ ଘାରିଛି ନିଶା ଅଭ୍ୟାସ: ପୁଟିନ ଚିନ୍ତିତ…

ମସ୍କୋ,୪।୧୦ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଏକ ରିପୋର୍ଟ ଆସିଛି। ରୁଷିଆ ଏହାର ସୈନିକମାନଙ୍କୁ ଦଣ୍ଡ ଦେଉଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। କାରଣ ରୁଷିଆର ନୈନିକମାନଙ୍କୁ ନିଶା ଅଭ୍ୟାସ ଘାରିଛି। ସେମାନେ ନିଶାରେ ଆଉ ନିର୍ଦ୍ଦେଶ ପାଳନ କରୁନାହାଁନ୍ତି। ରୁଷିଆ ଏପରି ସୈନିକମାନଙ୍କୁ ୟୁକ୍ରେନ ସୀମାକୁ ପଠାଉଛି।

ଏନେଇ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ଏପରି ସୈନିକମାନଙ୍କୁ ବିପଜ୍ଜନକ ଫ୍ରଣ୍ଟକୁ ପଠାଯାଉଛି ଯେଉଁଠାରେ ଜୀବନ ହାନି ନିଶ୍ଚିତ। ଏହିପରି ସୈନିକମାନଙ୍କ ପାଇଁ ରୁଷିଆ ଏକ ସ୍କ୍ବାଡ ଗଠନ କରିଛି। ଏହି ସ୍କ୍ବାଡରେ ଡ୍ୟୁଟିରେ ମଦ୍ୟପାନ କରୁଥିବା, ଡ୍ରଗ୍ସ ବ୍ୟବହାର ଏବଂ ନିର୍ଦ୍ଦେଶକୁ ଅବମାନନା କରୁଥିବା ସୈନ୍ୟଙ୍କୁ ସାମିଲ କରାଯାଇଛି। ଏହି ସ୍କ୍ବାଡର ନାମ ହେଉଛି ଷ୍ଟର୍ମ ସ୍କ୍ବାଡ ।

ଯଦି କୌଣସି ସୈନିକଙ୍କ ନିଶ୍ୱାସରେ ମଦ୍ୟପାନର ଗନ୍ଧ ଚିହ୍ନଟ ହୁଏ, ତେବେ ତାଙ୍କୁ ତୁରନ୍ତ ସେହି ସ୍କ୍ବାଡକୁ ପଠା ଯାଉଛି। ରୁଷିଆର ସୈନିକମାନେ କେବଳ ସାମରିକ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୁଅନ୍ତି।

ପ୍ରତି ସ୍କ୍ବାଡରେ ୧୦୦ରୁ ୧୫୦ ସୈନ୍ୟଙ୍କୁ ସାମିଲ କରାଯାଉଛି। ୟୁକ୍ରେନର ଦକ୍ଷିଣ ଏବଂ ପୂର୍ବ ଅଞ୍ଚଳରେ ଏଭଳି ୫ ସ୍କ୍ବାଡ ମୃତୟନ କରାଯାଇଛି।

 

 

 

Share