Categories: ଫୁରସତ

ଡ୍ରଗସ୍‌ଠାରୁ ବି ଅଧିକ ନିଶା ଥାଏ ପ୍ରେମରେ…

ପ୍ରେମରେ ଡ୍ରଗସ୍‌ଠାରୁ ଶହେଗୁଣା ଅଧିକ ନିଶା ଥାଏ। ଏହା ଥରେ ମୁଣ୍ଡରେ ପଶିଲେ ପ୍ରେମିକା ପ୍ରେମିକ ଦୁନିଆର ସବୁକିଛି ଭୁଲି ଯାଆନ୍ତି। ଏନେଇ କାର୍ଲିଫର୍ନିଆ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ସେମାନଙ୍କର ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ପ୍ରେମ ଭାବନା ଜାଗ୍ରତ କରିବା ପାଇଁ କେତେକ ହରମୋନ୍‌ ଦାୟୀ। ସେଥିମଧ୍ୟରୁ ଟେଷ୍ଟୋଷ୍ଟେରନ୍‌ ଓ ଇଷ୍ଟ୍ରୋଜେନ୍‌ ଯୌନକ୍ଷୁଧା ଜାଗ୍ରତ କରିଥାଏ। ସେହିପରି ଡୋପୋମାଇନ୍‌, ନୋରେପାଇନ୍‌ ଫେରାଇନ୍‌, ସେରୋଟୋନିଟ୍‌ ଆଦି ହରମୋନ୍‌ ବିପରୀତ ଲିଙ୍ଗଙ୍କ ପ୍ରତି ଆକର୍ଷଣ ଭାବନା ସୃଷ୍ଟି କରିଥାଏ। ଶରୀରରୁ କ୍ଷରଣ ହେଉଥିବା ଅକ୍ସିଟୋସିନ୍‌ ଏବଂ ଭାସୋପ୍ରେସିନ୍‌ ହରମୋନ୍‌ ପ୍ରେମିକା ପ୍ରେମିକଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ବଢ଼ାଇଥାଏ। ଏସବୁ ହରମୋନ୍‌ର ପ୍ରଭାବରେ ମସ୍ତିଷ୍କରେ ଏକ ପ୍ରକାର ନିଶା ଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ସମୟ ଲାଗିଥାଏ। ତେଣୁ ପ୍ରେମରେ ଧୋକା ପାଇଥିବା ବ୍ୟକ୍ତି ନିଜକୁ ସମ୍ଭାଳିବାକୁ ଅନେକ ସମୟ ନେଇଥାନ୍ତି।

Share