ବାଲିଗୁଡାରେ ନୂତନ ଏସଡିପିଓଙ୍କ ଯୋଗଦାନ

ବାଲିଗୁଡା, ୨୩।୬ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ନୂଆ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମଲ ଶୁକ୍ରବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ୟଶ ପ୍ରତାପ ୨୦୨୦ ବ୍ୟାଚର ଆଇପିଏସ ଅଧିକାରୀ l ସେ ପ୍ରୋବେସନାରୀ ଟ୍ରେନିଂ ଯାଜପୁର ଜିଲାରେ କାର୍ଯ୍ୟରତ ଥିଲେ। ରାଜ୍ୟ ସରକାରଙ୍କ ଜରିଆରେ ତାଙ୍କର ପ୍ରଥମ ପୋଷ୍ଟିଙ୍ଗ କେସିଙ୍ଗା ଏସଡିପିଓ ଭାବରେ ହୋଇଥିଲା। ସେଠାରୁ ବଦଳି ହୋଇ ସେ ବାଲିଗୁଡା ଏସଡିପିଓ ରୂପେ ଯୋଗଦାନ କରିଛନ୍ତି। ବାଲିଗୁଡା ଉପଖଣ୍ଡରେ ଆଇନ ଶୃଙ୍ଖଳା, ମାଓ ସମସ୍ୟା ସମେତ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାଲିଗୁଡାରେ ଏସଡିପିଓ ଭାବରେ ଯୋଗଦାନ କରିବା ପରେ ଶୁକ୍ରବାର ସେ କୋଟଗଡ ଥାନା ପରିଦର୍ଶନ କରି ଫେରିଛନ୍ତି l

Share