ନୂଆଦିଲ୍ଲୀ,୧।୬: ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ କିଛି ଅଦଳବଦଳ କରାଯାଇଛି। ଦିଲ୍ଲୀ ସରକାରରେ ମନ୍ତ୍ରୀ ଅତିଶୀଙ୍କୁ ବର୍ତ୍ତମାନ ଲୋକସମ୍ପର୍କ ବିଭାଗର ଦାୟିତ୍ୱ ଦିଆଯାଇଛି। ଏହାକୁ ମିଶାଇ ଅତିଶୀଙ୍କ ପାଖେ ବର୍ତ୍ତମାନ ମୋଟ ୯ଟି ବିଭାଗ ଅଛି। ଏହା ବ୍ୟତୀତ ଅନ୍ୟ ମନ୍ତ୍ରୀଙ୍କ ବିଭାଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାପୂର୍ବରୁ ଜନସମ୍ପର୍କ ବିଭାଗ କୈଳାଶ ଗେହଲଟଙ୍କ ପାଖରେ ଥିଲା।
ନୂତନ ପରିବର୍ତ୍ତନ ସହିତ ଅତିଶୀଙ୍କର ପାଖେ ବର୍ତ୍ତମାନ ମହିଳା ଏବଂ ଶିଶୁ ବିକାଶ ବିଭାଗ, ଜନସମ୍ପର୍କ ବିଭାଗ, ଶକ୍ତି, ଶିକ୍ଷା, କଳା ସଂସ୍କୃତି ଏବଂ ଭାଷା, ପର୍ଯ୍ୟଟନ, ଉଚ୍ଚଶିକ୍ଷା, ତାଲିମ ଏବଂ ବୈଷୟିକ ଶିକ୍ଷା ଏବଂ ଜନସମ୍ପର୍କ ବିଭାଗ ସମେତ ମୋଟ ୯ଟି ବିଭାଗ ଅଛି। । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟରେ ମୋଟ ୬ ମନ୍ତ୍ରୀ ଅଛନ୍ତି। ସେମାନେ ହେଲେ ଗୋପାଳ ରାୟ, ଇମ୍ରାନ ହୁସେନ, କୈଳାଶ ଗେହଲଟ, ରାଜ କୁମାର ଆନନ୍ଦ, ସୌରଭ ଭରଦ୍ୱାଜ ଏବଂଅତିଶୀ। ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ଅତିଶୀ ହେଉଛନ୍ତି ଏକମାତ୍ର ମହିଳା ମନ୍ତ୍ରୀ।