ଅତିରିକ୍ତ ଡିଜି (ଆଧୁନିକୀକରଣ) ହେଲେ ସଞ୍ଜୟ କୁମାର

ଭୁବନେଶ୍ୱର,୨୪ା୫ (ବ୍ୟୁରୋ): କେନ୍ଦ୍ରୀୟ ଡେପୁଟେଶନରୁ ଫେରିବା ପରେ ଓଡ଼ିଶା କ୍ୟାଡରର ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି(ଆଧୁନିକୀକରଣ) ଭାବେ ଅବସ୍ଥାପିତ କରାଯାଇଛି। ଚଳିତବର୍ଷ ମାର୍ଚ୍ଚ ୧୨ରେ ତାଙ୍କର କେନ୍ଦ୍ରୀୟ ଡେପୁଟେଶନ ଅବଧି ଶେଷ ହୋଇଥିଲେ ମଧ୍ୟ ସେ ଗତ ୨୦ ତାରିଖରେ ଓଡ଼ିଶା କ୍ୟାଡରରେ ଯୋଗଦେଇଥିଲେ। ସଞ୍ଜୟ କୁମାର ୨୦୧୫ରେ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିଲେ। ସେ ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ରେ ଆଇଜି ଭାବେ ପ୍ରାୟ ୭ ବର୍ଷ କାର୍ଯ୍ୟ କରିଥିଲେ। ୨୦୨୨ ମାର୍ଚ୍ଚ ୧୨ରେ ତାଙ୍କୁ ନିଜ କ୍ୟାଡରକୁ ଫେରାଇ ଦିଆଯାଇଥିଲା। କିନ୍ତୁ ସେ ଛୁଟିରେ ରହିବା ପରେ ଗତ ଶୁକ୍ରବାର ଓଡ଼ିଶା ଫେରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ମଙ୍ଗଳବାର ତାଙ୍କୁ ନୂଆ ଦାୟିତ୍ୱ ମିଳିଛି। ସଞ୍ଜୟ କୁମାର ଓଡ଼ିଶାର ବିଭିନ୍ନ ମାଓବାଦୀପ୍ରବଣ ଜିଲାରେ ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ।

Share