ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ଆର୍ ଡବ୍ଲ୍ୟୁଏସ୍ଏସ୍ର ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଶୁକ୍ରବାର ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ତାଙ୍କ ବାସଭବନ, ଅଫିସ, ଖୋର୍ଦ୍ଧା, ସମ୍ବଲପୁର, ବରଗଡ଼ ଆଦି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ ଜଜ୍ଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉରେ ୫ ଡିଏସ୍ପି, ୧୨ ଇନ୍ସପେକ୍ଟର, ୧୧ ଏଏସ୍ଆଇ ସାମିଲ ଥିବାବେଳେ ଆଜି ତାଙ୍କୁ ଗିରଫ କରିଛନ୍ତି। କ୍ରିପ୍ଟୋ ନିବେଶ ନେଇ ଚର୍ଚ୍ଚାରେ ଥିଲେ ନିହାର।