ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ

କଟକ ଅଫିସ,୨।୨: ନୂଆପଡ଼ା ଜିଲାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। କଟକ, ଚୌଦ୍ୱାର, ନୂଆପଡ଼ାର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। କଟକସ୍ଥିତ ବାଲିସାହି ମଧୁ ପାଟଣା, ତିନି ମହଲା କୋଠା ଚାଉଳିଆଗଞ୍ଜ, ନଟରାଜ ପ୍ଲେସ କଲ୍ୟାଣ ମଣ୍ଡପ କଟକ, ଚୌଦ୍ୱାରଠାରେ ୩ ଏକର ଜମି, ନୂଆପଡା ଜିଲା ଯୋଗାଣ ବିଭାଗ କାର୍ଯ୍ୟାଳୟ, ନୂଆପଡ଼ାଠାରେ ଥିବା ଭଡା ଘର ମିଶି ୬ଟି ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଚାଲିଛି । ନୂଆପଡା ଭଡା ଘରେ ଚଢ଼ାଉ ବେଳେ ନଗଦ ୧୫ ହଜାର ଟଙ୍କା,୪୯୮ ଗ୍ରାମ ସୁନାଗହଣା,୨.୫ କିଲୋଗ୍ରାମ ରୂପା ଅଳଙ୍କାର ଜବତ ହୋଇଛି। ସେହିପରି ରତ୍ନାକର ୧ କୋଟି ୧୩ ଲକ୍ଷ ଟଙ୍କାର ବିଭିନ୍ନ ବୀମା ଟଙ୍କା ପଇଠ କରିଥିବା ଜଣାପଡ଼ିଛି । ଚଢ଼ାଉରେ ୬ ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି।

Share