Categories: ଜାତୀୟ

ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନକୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ

ନୂଆଦିଲ୍ଲୀ,୩୧।୮: ପାର୍ଲାମେଣ୍ଟର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ପରେ ଗୁରୁବାର କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସ ଖୁବ ବର୍ଷିଛି। କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଏକ ଘରୋଇ ଚ୍ୟାନେଲକୁ କହିଛନ୍ତି ଯେ ଆମକୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।
ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧରୀ କହିଛନ୍ତି ଯେ ଏହି ଲୋକମାନେ ନିଜ ଇଚ୍ଛା ଅନୁଯାୟୀ ପାର୍ଲାମେଣ୍ଟ ଚଳାଉଛନ୍ତି। ଏହା କି ପ୍ରକାର ଜରୁରୀକାଳୀନ ପରିସ୍ଥିତି ବୋଲି ସେ ପ୍ରଶ୍ନ କରିଛନ୍ତି। କାରଣ ଶୀତକାଳୀନ ଅଧିବେଶନ ତ ହୋଇଥାଏ।
ଏହାପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ ୧୮ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ପାର୍ଲାମେଣ୍ଟର ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଏଥିରେ ପାଞ୍ଚଟି ବୈଠକ ଅନୁଷ୍ଠିତ ହେବ। ଅମୃତକାଳ ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶେଷ ଅଧିବେଶନରେ ସେ ପାର୍ଲାମେଣ୍ଟରେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଆଶାବାଦୀ ଅଛନ୍ତି।

Share