କଂଗ୍ରେସ ଛାଡିଲେ ଅଧିରାଜ

ଭୁବନେଶ୍ୱର,୧୯।୩: କଂଗ୍ରେସ ଛାଡିଲେ ଅଧିରାଜ ପାଣିଗ୍ରାହୀ। ଖଡିଆଳରୁ ବିଧାୟକ ଥିଲେ ଅଧିରାଜ। ଦଳ ଛାଡିବା ସହ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ନେଇ ପିସିସି ସଭାପତିଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର। ଦୀର୍ଘ ୨୫ ବର୍ଷ ଧରି କଂଗ୍ରେସ ଦଳରେ ଥିଲେ । ଆସନ୍ତାକାଲି ବିଜେଡିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି।

Share