୪ ଦିନିଆ ନ୍ୟାୟିକ ହେପାଜତରେ ଆଦିଲ ଖାନ

ମୁମ୍ବାଇ: ବି-ଟାଉନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ ଏବଂ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ସୋମବାର ରାଖୀ ସାୱନ୍ତଙ୍କ ଅଭିଯୋଗରେ ଆଦିଲଙ୍କ ସଂକ୍ରାନ୍ତାରେ କୋର୍ଟରେ ଶୁଣାଣି ହୋଇଛି। ଏକ ବଳାତ୍କାର ମାମଲାରେ ଆଦିଲଙ୍କୁ ୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏହି ସମୟରେ ରାଖୀ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି, ଆଦିଲ ସମସ୍ତଙ୍କୁ ନଚେଇପାରିବେ, କିନ୍ତୁ କୋର୍ଟକୁ ନୁହେଁ।

ଆଦିଲ ଟିଭି ଅଭିନେତ୍ରୀ ରାଖୀ ସାୱନ୍ତଙ୍କୁ ସହ ବିବାହ କରିଥିଲେ। ଦୀର୍ଘ ଦିନର ସମ୍ପର୍କ ପରେ ରାଖୀ ସାୱନ୍ତ ଏବଂ ଆଦିଲ ଖାନଙ୍କ ମଧ୍ୟରେ ତିକ୍ତତା ଖବର ସାମ୍ନାକୁ ଆସିଥିଲା। ଆଦିଲ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ରାଖୀ। ପରେ ପୋଲିସ ଆଦିଲଙ୍କ ଗିରଫ କରିଥିଲା।

Share