ଏବେ ବି ମୁଁ ମା’ ହୋଇପାରିବି: ରାକ୍ଷୀ

ବମ୍ବେ: ଟେଲିଭିଜନ ଦୁନିଆର ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ଅଭିନେତ୍ରୀଙ୍କ ମଧ୍ୟରୁ ରାକ୍ଷୀ ସାଓ୍ବନ୍ତ ଜଣେ। ସର୍ବଦା ନିଜର ରୋକଠୋକ ବୟାନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସେ ଖବର ଶିରୋନାମାରେ ରହିଥାନ୍ତି। ଏହି କ୍ରମରେ ଏବେ ଦ୍ୱିତୀୟ ସ୍ବାମୀ ଆଦିଲ ଦୁରାନୀ(ପୂର୍ବତନ) ଏବଂ ସେ ମୁହାଁମୁହିଁ ହୋଇଛନ୍ତି। ଜେଲରୁ ମୁକୁଳିବା ପରେ ଆଦିଲ ଖବରଦାତା ସମ୍ମିଳନୀ କରି ରାକ୍ଷୀଙ୍କ ବିଷୟରେ ଅନେକ ବଡ଼ ଖୁଲାସା କରିଥିଲେ। ସେଥିରୁ ଗୋଟିଏ ଥିଲା ଅଭିନେତ୍ରୀଙ୍କ ମା’ ହେବାକୁ ଯାଉଥିବା ଖବର ମିଛ। ରାକ୍ଷୀ କେବେ ହେଲେ ମା’ ହୋଇପାରିବେ ନାହିଁ। କାରଣ ପୂର୍ବରୁ ସେ ନିଜର ଗର୍ଭାଶୟ ବାହାର କରିଦେଇଛନ୍ତି ବୋଲି ଆଦିଲ କହିଥିଲେ। ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାକ୍ଷୀ।

ଆଦିଲଙ୍କ କଥାର ଜବାବ ଦେବାକୁ ଯାଇ ସୋସିଆଲ ମିଡିଆରେ ରାକ୍ଷୀ ଏକ ଭିଡିଓ ଶେୟାର କରିଛନ୍ତି। ସେ ଏବେ ବି ମା’ ହୋଇପାରିବେ। କିଛି ବର୍ଷ ପୂର୍ବେ ସେ ନିଜର ଏଗ୍‌କୁ ଫ୍ରିଜ୍‌ କରିଥିଲେବୋଲି ତାଙ୍କ ଡାକ୍ତର କହୁଥିବା ଭିଡିଓରେ ଦେଖାଯାଇଛି। ଏଭଳି କହି ସେ ଆଦିଲଙ୍କ କଥାକୁ ଖାରଜ କରିଛନ୍ତି।

ତେବେ ୨୦୨୨ରେ ରାକ୍ଷୀ ଆଦିଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଉକ୍ତ ବର୍ଷ ସେ ସ୍ବାମୀଙ୍କ ଉପରେ ପ୍ରତାରଣା ଏବଂ ମାରପିଟ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଆଦିଲଙ୍କୁ ଜେଲ ଯିବାକୁ ପଡ଼ିଥିଲା।

Share