ବିବାଦରେ ‘ଆଦିପୁରୁଷ’, ବଦଳିବ ଡାଇଲଗ୍‌

ଭୁବନେଶ୍ୱର,୧୯।୬(ଶର୍ମିଷ୍ଠା ପାଣିଗ୍ରାହୀ): ରାମାୟଣ କଥାବସ୍ତୁକୁ ନେଇ ଭିନ୍ନ ଭାବେ ପ୍ରସ୍ତୁତ ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବେ ବିବାଦରେ ଛନ୍ଦି ହୋଇଯାଇଛି। ହିନ୍ଦୀ, ତେଲୁଗୁ ଆଦି ବିଭିନ୍ନ ଭାଷାରେ ରିଲିଜ୍‌ ହୋଇଥିବା ଏହି ଚଳଚ୍ଚିତ୍ରରେ ରହିଥିବା ଚରିତ୍ରର ବେଶଭୂଷା, ଡାଇଲଗ୍‌ ଓ ତଥ୍ୟକୁ ନେଇ ଦେଶବ୍ୟାପୀ ବିରୋଧ କରାଯିବା ସହ ସମାଲୋଚନା ଜାରି ରହିଛି। ସୀତା ନେପାଳ କନକପୁରରେ ଜନ୍ମଗ୍ରହଣ କରିଥିବାବେଳେ ଏଥିରେ ତାଙ୍କୁ ଭାରତର ଝିଅ ଭାବେ ଉପସ୍ଥାପିତ କରାଯାଇଛି। ଏଭଳି ଅନେକ ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଛି। ଚଳଚ୍ଚିତ୍ରର ଟ୍ରେଲର ରିଲିଜ ସମୟରେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। କିନ୍ତୁ ଟିଜର ରିଲିଜ୍‌ ପରେ ପ୍ରତିକ୍ରିୟା ଆରମ୍ଭ ହୋଇଥିଲା। ଶୁକ୍ରବାର ଚଳଚ୍ଚିତ୍ରଟି ପ୍ରେକ୍ଷାଳୟକୁ ଆସିବା ପରେ ବିରୋଧ ତେଜିବାରେ ଲାଗିଛି। ଛୋଟ ପିଲାମାନଙ୍କୁ ଚଳଚ୍ଚିତ୍ରଟି ପସନ୍ଦ ଲାଗୁଥିବାବେଳେ ଦୁଇଦିନ ହେବ ପ୍ରେକ୍ଷାଳୟଗୁଡ଼ିକ ହାଉସ୍‌ଫୁଲ ରହିଛି। କିନ୍ତୁ ଚାରିଆଡୁ ସମାଲୋଚନା ସହ ବିରୋଧ ଜାରି ରହିବାରୁ ଏହାର ଡାଇଲଗ୍‌ ବଦଳାଇବାକୁ ନିଷ୍ପତ୍ତି ହୋଇଛି। ରବିବାର ଡାଇଲଗ ରାଇଟର ମନୋଜ ମୁନ୍ତଶିର୍‌ ଟୁଇଟ୍‌ କରି ଏନେଇ ଘୋଷଣା କରିଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଦର୍ଶକଙ୍କ ଭାବନାକୁ ଆଘାତ ଦେଇଥିବା ଚଳଚ୍ଚିତ୍ରର ଡାଇଲଗଗୁଡିକ ବଦଳାଯିବ। ନୂଆ ଡାଇଲଗ ସହ ଏହା ଆସନ୍ତା ସପ୍ତାହରେ ପୁନଃ ପ୍ରେକ୍ଷାଳୟକୁ ଆସିବ। ତେବେ ‘ଆଦିପୁରୁଷ’କୁ ନେଇ ଉପୁଜିଥିବା ବିବାଦ ସମ୍ପର୍କରେ ଓଡ଼ିଶାର ସିନେ ନିର୍ଦ୍ଦେଶ, ସମୀକ୍ଷକ, ଦର୍ଶକଙ୍କ ମତକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।

ଚଳଚ୍ଚିତ୍ର ଜଗତ ଉପରେ ନକାରାତ୍ମକ ପ୍ରଭାବ ପଡୁଛି
ନିର୍ଦ୍ଦେଶକ ସବୁବେଳେ କିଛି ଅଲଗା କରିବାକୁ ଚେଷ୍ଟା କରିଥାଏ। କିଛି ସଫଳ ହୋଇଥାଏ, କିଛି ବିଫଳ। ‘ଆଦିପୁରୁଷ’ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ କିନ୍ତୁ ବିଫଳ ହୋଇଛନ୍ତି। ଏଥିପାଇଁ ଉପଯୁକ୍ତ ଗବେଷଣାର ଅଭାବ ରହିଥିବା ପରିଲକ୍ଷିତ ହେଉଛି। କାଷ୍ଟିଂ ମଧ୍ୟ ଠିକ୍‌ ହୋଇନି। ରାମାୟଣ ସହ ଲିଙ୍କ୍‌ ରହୁଥିଲେ ମଧ୍ୟ ଚଳଚ୍ଚିତ୍ରର ଡାଇଲଗ ଦର୍ଶକଙ୍କୁ ଭଲ ଲାଗିନି। ଏହାକୁ ଏଭଳି ଭାବରେ ବିରୋଧ କରାଯାଉଛି ଯାହାର ନକାରତ୍ମକ ପ୍ରଭାବ ଚଳଚ୍ଚିତ୍ର ଜଗତ ସହ ବ୍ୟକ୍ତିବିଶେଷଙ୍କ ଉପରେ ପଡ଼ୁଛି। ଚଳଚ୍ଚିତ୍ରର ଭିଏଫ୍‌ଏକ୍ସ ବହୁତ ଭଲ ହୋଇଛି। ଏହା ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ୱ ଦେଖିବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି। ଭାରତରେ ଏହା କମ୍‌ ଚାଲିପାରେ, କିନ୍ତୁ ବିଶ୍ୱରେ ଏହା ଆଦୃତି ଲାଭ କରିବ।
-ଉଦୟଶଙ୍କର ପାଣି, ଚଳଚ୍ଚିତ୍ର ନିର୍ଦ୍ଦେଶକ
ବର୍ତ୍ତମାନର ପିଢ଼ି ପାଇଁ ପ୍ରସ୍ତୁତ ହୋଇଛି
ରାମାନନ୍ଦ ସାଗରଙ୍କ ଧାରାବାହିକ ‘ରାମାୟଣ’ରେ ଛୋଟ ଛୋଟ ଚରିତ୍ରକୁ ବିଭିନ୍ନ ପର୍ଯ୍ୟାୟରେ ଦେଖାଯାଇଛି। କିନ୍ତୁ ଚଳଚ୍ଚିତ୍ର ‘ଆଦିପୁରୁଷ’ର ସମୟସୀମା ବହୁତ କମ୍‌ ହୋଇଥିବାରୁ ସମ୍ପୂର୍ଣ୍ଣ ରାମାୟଣକୁ ଦେଖାଇବା ପାଇଁ ନିର୍ମାତା ଚେଷ୍ଟା କରିଛନ୍ତି। ତା’ ଛଡ଼ା ଆମେ ସତରେ କ’ଣ କାହାକୁ ଦେଖିଛେ। ସୀତା କେମିତି, ରାମ କେମିତି…ଏସବୁ ସେତେବେଳେ ବି କାଳ୍ପନିକ ଭାବେ ପ୍ରସ୍ତୁତ ହୋଇଥିଲା। ‘ଆଦିପୁରୁଷ’ର ନିର୍ମାତା ବର୍ତ୍ତମାନର ପିଢ଼ି ପାଇଁ ଏହାକୁ ପ୍ରସ୍ତୁତ କରିଛନ୍ତି। ବ୍ୟବସାୟିକ ଓ ସାମୂହିକ ଦୃଷ୍ଟିରୁ ଏହାକୁ ଏକ ସଫଳ ଚଳଚ୍ଚିତ୍ର ବୋଲି କହିପାରିବା। ଭିନ୍ନ ଲୋକଙ୍କର ଭିନ୍ନ ମତ। ଦର୍ଶକଙ୍କ ପାଇଁ ଆଧୁନିକ ଭାବେ ପ୍ରସ୍ତୁତ କରାଯାଇଥିବା ଏହି ଚଳଚ୍ଚିତ୍ର ଭରପୁର ମନୋରଞ୍ଜନ ଦେବ। ବାକି ଧାର୍ମିକ ଭାବନାକୁ ଆଘାତ ଦେଉଥିବା ଡାଇଲଗକୁ ପରିବର୍ତ୍ତନ ପାଇଁ ତ ନିଷ୍ପତ୍ତି ନିଆଯାଇଛି।
-ଦିଲ୍ଲୀପ ହାଲି, ସିନେ ସମୀକ୍ଷକ
କାର୍ଟୁନ ରାମାୟଣ ପରି ଲାଗିଲା
ହନୁମାନ ମୋତେ ବହୁତ ଭଲ ଲାଗିଲେ। ତାଙ୍କ ଅଭିନୟ ଭଲ ଥିଲା। ରାମ ଯେଉଁ ପଥରରେ ନାମ ଲେଖି ସେତୁବନ୍ଧ ନିର୍ମାଣ କଲେ, ରାବଣ ସହ ଲଢେଇ ଆଦି ଦେଖିବାକୁ ମଜା ଲାଗିଲା। ରାମାୟଣକୁ ମୁଁ କିଛି ମାତ୍ରାରେ ଚଳଚ୍ଚିତ୍ର ଦେଖିବା ପରେ ବୁଝିପାରିଲି। ମୁଁ ୟୁଟ୍ୟୁବ୍‌ରେ ଦେଖୁଥିବା କାର୍ଟୁନରେ ଯେମିତି କିଛି କାହାଣୀ ଥାଏ ସେମିତି ଏହି ଚଳଚ୍ଚିତ୍ରରୁ ରାମାୟଣ ବିଷୟରେ ଜାଣିପାରିଲି।
-ହଂସିକା ପତି, ଶିଶୁ ଦର୍ଶକ
ସଂସ୍କୃତିକୁ ପରିହାସ
ରାମାୟଣକୁ ଏକ ବିକୃତ ରୂପରେ ‘ଆଦିପୁରୁଷ’ ମାଧ୍ୟମରେ ଦେଖାଯାଇଛି। ନିର୍ମାତାଙ୍କ କହିବାନୁସାରେ, ସେମାନେ ବର୍ତ୍ତମାନର ପିଢ଼ି ପାଇଁ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି। କିନ୍ତୁ ବର୍ତ୍ତମାନ ପିଢ଼ି ଆଳରେ ଏମିତି କିଛି ଦେଖାଯିବା କଥା ନୁହେଁ, ଯାହା ଆମ ସଂସ୍କୃତିକୁ ପରିହାସ କରିବା ପରି ହେବ। ସୈଫ ଅଲ୍ଲୀ ଖାନ୍‌ଙ୍କ ଅଭିନୟ ଭଲ ଥିଲେ ମଧ୍ୟ ତାଙ୍କୁ ଏମିତି ଭାବେ ଉପସ୍ଥାପିତ କରାଯାଇଛି, ଯେଉଁଥିରେ ସେ ଦର୍ଶକଙ୍କ ଉପହାସ ପାଲଟିଛନ୍ତି। ଚଳଚ୍ଚିତ୍ରରେ ଗୀତଟିକୁ ଛାଡ଼ିଦେଲେ ଆଉ କିଛି ଭଲ ଲାଗୁନି।
-ସୁକୁମାର ସାହୁ, ଯୁବ ସିନେ ସମୀକ୍ଷକ


Enter your email to get our daily news in your inbox.

All Right Reserved By Dharitri.Com

ପଏଣ୍ଟ ଖାତା ଖୋଲିଲା ମୁମ୍ବାଇ

ମୁମ୍ବାଇ,୩୧।୩: ପଦାର୍ପଣକାରୀ ଅଶ୍ୱନୀ କୁମାରଙ୍କ ଘାତକ ବୋଲିଂ ଓ ରିଆନ ରିକଲଟନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ୮ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ...

ହାଇୱା ପଛରେ ପିଟିଲା ବାଇକ୍‌: ଜଣେ ମୃତ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଲାଞ୍ଜିଗଡ,୩୧ା୩( ରମେଶ ଚନ୍ଦ୍ର ନାୟକ):ଲାଞ୍ଜିଗଡରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବେଦାନ୍ତ କାରଖାନା ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ହାଇୱା ପଛରେ...

ପ୍ରେମ, ପ୍ରତାରଣା, ଧୋକା: ଆଦିବାସୀ ଯୁବତୀ ୮ ମାସର ଗର୍ଭବତୀ, ଯୁବକ…

ପାଟଣା,୩୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପ୍ରେମ, ପ୍ରତରଣା ପରେ ଧୋକା ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୯ ବର୍ଷୀୟା ଆଦିବାସୀ ଯୁବତୀଙ୍କୁ...

ଭିସୁଟ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ମାମଲା: ପୁରୁଷ ବନ୍ଧୁ ଗିରଫ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ଆତ୍ମହତ୍ୟା ମାମଲାରେ ସୋମବାର ବୁର୍ଲା ପୋଲିସ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ(୨୭)ଙ୍କୁୁ ଗିରଫ କରଛି।...

JEE MAIN EXAMର ୨ ଦିନ ପୂର୍ବରୁ ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର

ନୂଆଦିଲ୍ଲୀ, ୩୧।୩:ଆସନ୍ତା ଏପ୍ରିଲ ୨ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ହେବାକୁ ଥିବା ବେଳେ ଏହାର ୨ ଦିନ ପୂର୍ବରୁ କୋଟାରେ ଜଣେ ଆଶାୟୀ(୧୮)...

ହଳଧର ସାହିତ୍ୟ ଅସ୍ମିତାର ଆବାହକ: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକକବିଙ୍କୁ ଶୁଭେଚ୍ଛା

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହ ଅନୁଷ୍ଠିତ...

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image