ରିଲିଜ ହେଲା ଆଦିପୁରୁଷ

ମୁମ୍ବାଇ: ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଜୁନ୍‌ ୧୬ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଗତବର୍ଷଠାରୁ ଦର୍ଶକେ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ତେବେ ଏହି ଫିଲ୍ମ ଆଜି ରିଲିଜ ହୋଇଛି। ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବାର ଅନୁମାନ କରାଯାଉଛି। ଏହି ଫିଲ୍ମ ତିରୁପତିରେ ପ୍ରି-ରିଲିଜ ଇଭେଣ୍ଟରେ ହଜାର ହଜାର ପ୍ରଶଂସକ ଏଥିରେ ଯୋଗ ଦେଇ ଏକ ବଡ଼ ସଫଳତା ହାସଲ କରିଛନ୍ତି।

ପ୍ରଭାସ ବର୍ତ୍ତମାନ ଶିଖରରେ ଅଛନ୍ତି। ମଧ୍ୟରାତ୍ରିରୁ ପ୍ରଶଂସକମାନେ ପ୍ରେକ୍ଷାଳୟ ବାହାରେ ନାଚିବା, ଶୁଭେଚ୍ଛା ଏବଂ ଖୁସି ହେବା ସହିତ ବାଣ ଫୁଟାଇଥିଲେ। ଅନେକ ଦର୍ଶକ ଭୋର୍‌ ୪ଟାରୁ ଶୋ’ ପାଇଁ ପ୍ରେକ୍ଷାଳୟକୁ ଯାଇଥିଲେ। ଦର୍ଶକମାନେ ରାମ ଭୂମିକାରେ ଅଭିନୟ କରୁଥିବା ପ୍ରଭାସଙ୍କୁ ଉତ୍ସାହିତ କରିଥିଲେ।

ଓମ୍‌ ରାଓ୍ବତଙ୍କ ଏହି ଫିଲ୍ମରେ ରାମ ଭୂମିକାରେ ବାହୁବଳୀ ପ୍ରଭାସ, ସୀତା ଭୂମିକାରେ କ୍ରୀତି ସାନନ, ରାବଣ ଭୂମିକାରେ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ହନୁମାନ ଭୂମିକାରେ ଦେବଦତ୍ତ ନାଗ ଅଭିନୟ କରିଛନ୍ତି।

Share