ଏହି ଦିନଠୁ ଆରମ୍ଭ ହେବ ‘ଆଦିପୁରୁଷ’ର ଆଡଭାନ୍ସ ବୁକିଂ, ୧୦ ହଜାର ଟିକେଟ୍‌ କିଣିଲେ ରଣବୀର, ଜାଣନ୍ତୁ କାରଣ…

ମୁମ୍ବାଇ: ଜୁନ ୧୬ରେ ଅଭିନେତ୍ରୀ କ୍ରିତି ସାନନ ଏବଂ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ବଡ ପରଦାରେ ମୁକ୍ତିଲାଭ କରିବ। ତେବେ ଏହା ପୂର୍ବରୁ ମଧ୍ୟ ଏହାକୁ ନେଇ ବିବାଦ ଲାଗି ରହିଥିଲା। ଏହି ସମୟରେ ଖବର ଅଛି ଯେ ଫିଲ୍ମର ଆଡଭାନ୍ସ ବୁକିଂ ଏହି ସପ୍ତାହ ଶେଷରୁ ହିଁ ଆରମ୍ଭ ହେବ।

ଓମ ରାଉତଙ୍କ ଚଳଚ୍ଚିତ୍ର ଆଦିପୁରଷ ଆରମ୍ଭରୁ ବିବାଦରେ ଛନ୍ଦି ହୋଇପଡିଛି। ଏହାପୂର୍ବରୁ ଯେତେବେଳେ ଏହାର ଟ୍ରେଲର ରିଲିଜ ହୋଇଥିଲା, ସେତେବେଳେ ଏହାର ଭିଏଫଏକ୍ସକୁ ନେଇ ଅନେକ ବିରୋଧ କରାଯାଇଥିଲା। ଯାହା ପରେ ନିର୍ମାତାମାନେ ପୁରା ଫିଲ୍ମର ଟ୍ରେଲରକୁ ପୁନଃ ରିଲିଜ କରିଥିଲେ, କିନ୍ତୁ ଏଥର ମଧ୍ୟ ଦର୍ଶକମାନେ ଅନେକ ଜିନିଷ ଉପରେ ଆପତ୍ତି ଉଠାଉଛନ୍ତି।

ସାରା ଦେଶରେ ୬୨୦୦ରୁ ଅଧିକ ପରଦାରେ ‘ଆଦିପୁରୁଷ’ ରିଲିଜ ହେବ । କୁହାଯାଉଛି ଯେ ଟିକେଟ୍‌ ଅଗ୍ରୀମ ବୁକିଂ ଏହି ରବିବାରଠାରୁ ଆରମ୍ଭ ହେବ। ଏହି ସମୟରେ ସୂଚନା ରହିଛି ଯେ, ରଣବୀର କପୁର କେବଳ ଅନାଥ ପିଲାମାନଙ୍କ ପାଇଁ ୧୦,୦୦ ଟିକେଟ୍‌ କିଣିଥିବା ବେଳେ ଫିଲ୍ମର ପ୍ରଡ୍ୟୁସର ରାମଚରଣ ମଧ୍ୟ ୧୦,୦୦୦ ଟିକେଟ୍‌ କିଣିଥିବା ଜଣାପଡିଛି।

Share