‘ଆଦିପୁରୁଷ’ ଉପରେ ଲଗାଇଥିବା ବ୍ୟାନ ହଟାଇଲା ନେପାଳ, ହେଲେ କାଠମାଣ୍ଡୁ ମେୟର ଜିଦ୍‌ରେ ଅଟଳ କହିଲେ…

କାଠମାଣ୍ଡୁ,୨୩।୬: ବିବାଦ ମଧ୍ୟରେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାମାନଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ନେପାଳରେ କିଛି ଦିନ ପାଇଁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଯାହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ଗୁରୁବାର ନେପାଳର କୋର୍ଟ ‘ଆଦିପୁରୁଷ’ ସମେତ ହିନ୍ଦୀ ଚଳଚ୍ଚିତ୍ର ଉପରେ ହୋଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଦେଶର ସେନ୍ସର ବୋର୍ଡ ଅନୁମତି ଦେଇଥିବା କୌଣସିି ଫିଲ୍ମର ସ୍କ୍ରିନିଂ ବନ୍ଦ ନ କରିବାକୁ ଅଧିକାରୀଙ୍କୁ ମଧ୍ୟ କୋର୍ଟ କହିଛନ୍ତି। ତେବେ ଏହି ଚଳଚ୍ଚିତ୍ରକୁ ନେଇ ନେପାଳର ମେୟରଙ୍କ ଅସନ୍ତୋଷ ଏ ପର୍ଯ୍ୟନ୍ତ କମିନାହିଁ।

‘ଆଦିପୁରୁଷ’ରେ ସୀତାଙ୍କୁ ଭାରତର ଝିଅ ବୋଲି ବର୍ଣ୍ଣନା କରାଯିବା ଉପରେ ଗଭୀର ଆପତ୍ତି ଉଠାଇ ନେପାଳର ରାଜଧାନୀ କାଠମାଣ୍ଡୁ ମେୟର ବାଲେନ ଶାହା ସହରରେ ଚଳଚ୍ଚିତ୍ର ପ୍ରଦର୍ଶନକୁ ନିଷିଦ୍ଧ କରିଥିଲେ। ଏଥିସହ ସହରର ସମସ୍ତ ସିନେମା ହଲକୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଥିଲେ ଯେ ପର୍ଯ୍ୟନ୍ତ ଫିଲ୍ମର ଦୃଶ୍ୟ ପରିବର୍ତ୍ତନ ହୋଇନାହିଁ, ସେ ଯାଏ ସହରର କୌଣସି ହଲରେ ପ୍ରଦର୍ଶିତ ହେବା ଉଚିତ୍‌ ନୁହେଁ।

Share