‘ଆର୍‌ଆର୍‌ଆର୍‌’କୁୁ ପଛରେ ପକାଇ ରେକର୍ଡ ଭାଙ୍ଗିଲା ‘ଆଦିପୁରୁଷ’

ମୁମ୍ବାଇ,୧୧।୫:ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର୍‌ ସୋସିଆଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଛି। ରିଲିଜ ପୂର୍ବରୁ ଲିକ୍‌ ହୋଇଥିଲେ ମଧ୍ୟ ଓରିଜିନାଲର କ୍ରେଜ୍‌ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଟ୍ରେଲର୍‌ ରିଲିଜ୍‌ର ୧୫ଘଣ୍ଟା ମଧ୍ୟରେ ଦର୍ଶକ ସବୁ ଭାଷାରେ ୫କୋଟି ୭୨ଥର ଦେଖିଛନ୍ତି। ବ୍ଲକ୍‌ବଷ୍ଟର୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ୨୪ଘଣ୍ଟାରେ ୫୧.୧୨ଲକ୍ଷରୁ ଅଧିକ ଦର୍ଶକ ଦେଖିଥିବାବେଳେ ଆଦିପୁରୁଷ ଟ୍ରେଲରକୁ ମାତ୍ର ୮ଘଣ୍ଟାରେ ୫୩.୪୦ଲକ୍ଷ ଥର ଦେଖାଯାଇଛି। ମାତ୍ର ୫ମିନିଟ୍‌ରେ ଏହି ଟ୍ରେଲର୍‌କୁ ୧ଲକ୍ଷରୁ ଅଧିକ ଲାଇକ୍‌ ମିଳିଛି। ଆସନ୍ତା ଜୁନ୍‌ ୧୬ରେ ଆଦିପୁରୁଷ ରିଲିଜ୍‌ ହେବାକୁ ଯାଉଛି।

 

Share