ହାତ ଯୋଡ଼ି କ୍ଷମା ମାଗିଲେ ମନୋଜ

ବମ୍ବେ: ରିଲିଜ ପରଠାରୁ ବିବାଦରେ ଫିଲ୍ମ ‘ଆଦିପୁରୁଷ’। ବିଶେଷ କରି ଫିଲ୍ମର ଡାଏଲଗ୍‌କୁ ଦର୍ଶକ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଡାଏଲଗ୍‌ ରାଇଟର୍‌ ମନୋଜ ମୁନ୍ତଶିରଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା। ଏବେ ମନୋଜ ହାତଯୋଡ଼ି ଦର୍ଶକଙ୍କୁ କ୍ଷମା ମାଗିଛନ୍ତି।

ମନୋଜ ଟୁଇଟ୍‌ କରି ପ୍ରଶଂସକ, ସାଧୁସନ୍ଥ, ଶ୍ରୀରାମ ଭକ୍ତଙ୍କ ଭାବନାକୁ ଆଘାତ ପହଞ୍ଚାଇଥିବା ଲାଗି କ୍ଷମା ମାଗିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ମୁଁ ସ୍ବୀକାର କରୁଛି ଯେ ଫିଲ୍ମ ଆଦିପୁରୁଷ ଦ୍ୱାରା ଲୋକଙ୍କ ଭାବନା ଆହତ ହୋଇଛି। ସମସ୍ତ ଭାଇଭଉଣୀ, ଗୁରୁଜନ, ପୂଜ୍ୟ ସାଧୁସନ୍ଥ ଏବଂ ଶ୍ରୀରାମ ଭକ୍ତଙ୍କୁ ହାତ ଯୋଡ଼ି ବିନା କୌଣସି ସର୍ତ୍ତରେ କ୍ଷମା ମାଗୁଛି। ଭଗବାନ ବଜରଙ୍ଗ ବଲୀ ଆମ ସମସ୍ତଙ୍କ ଉପରେ କୃପା କରନ୍ତୁ।ଆମେ ଏକଜୁଟ ହୋଇ ନିଜର ପବିତ୍ର ସନାତନ ଏବଂ ମହାନ ଦେଶର ସେବା କରିବାକୁ ହେବ ବୋଲି ସେ କହିଛନ୍ତି।

Share