ରାମ ଅବତାରରେ ପ୍ରଭାସ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତା ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’କୁ ନେଇ କେବେଠାରୁ ଚର୍ଚ୍ଚା ଚାଲିଛି । ଏଥିରେ ସବୁଠାରୁ ଭିନ୍ନ କ୍ୟାରେକ୍ଟରରେ ପ୍ରଭାସଙ୍କୁ ଦେଖିବାକୁ ମିଳିବ । ପ୍ରଭାସ ‘ଆଦିପୁରୁଷ’ରେ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ । କିଛିଦିନ ପୂର୍ବରୁ ଅନୁମାନ କରାଯାଉଥିଲା କି ରାମ ନବମୀ ଅବସରରେ ନିର୍ଦ୍ଦେଶକ ଓମ ରାଉତ ଫିଲ୍ମର ପୋଷ୍ଟର ଅବା ପ୍ରଭାସଙ୍କ ଫାଷ୍ଟ ଲୁକ ଶେୟାର କରିପାରନ୍ତି ।
ଏସବୁ ମଧ୍ୟରେ ରାମ ନବମୀ ଅବସରରେ ଓମ ରାଉତ ଫିଲ୍ମ ସହିତ ଜଡିତ ଏକ ଭିଡିଓ ଶେୟାର କରିଛନ୍ତି । ଆପଣମାନଙ୍କୁ ଜଣାଥିବ ସୋସିଆଲ ମିଡିଆ ମାଧ୍ୟମରେ ଓମ ରାଉତ ମଝିରେ ମଝିରେ ଫିଲ୍ମ ‘ଆଦିପୁରୁଷ’ ସହ କିଛି କିଛି ତଥ୍ୟ ଶେୟାର କରିଥାଆନ୍ତି । ଏବେ ରାମନବମୀ ଅବସରରେସେ ଫିଲ୍ମ ସହ ଜଡିତ ଏକ ଭିଡିଓ ଶେୟାର କରିଛନ୍ତି । ସେ ତାଙ୍କ ଅଫିସିୟାଲ ଟୁଇଟର ଆକାଉଣ୍ଟରେ ଏହି ଭିଡିଓ ଶେୟାର କରିଛନ୍ତି । ଏଥିରେ ପ୍ରଭାସଙ୍କ ଭିନ୍ନ ଭିନ୍ନ ଲୁକ୍ସ ଦେଖିବାକୁ ମିଳିଛି । ଭିଡିଓ ଆରମ୍ଭରେ ନିର୍ଦ୍ଦେଶକ ପ୍ରଶଂସକଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ଲେଖାଯାଇଛି ପ୍ରଶଂସକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଫିଲ୍ମ ‘ଆଦିପୁରୁଷ’ର ପୋଷ୍ଟର । ଏହାକୁ ଶେୟାର କରି ନିର୍ଦ୍ଦେଶକ ଲେଖିଛନ୍ତି, ଉଛୁଳି ଉଠୁଥିବା ବୀରତାର ସାଗର, ଉଛୁଳୁଥିବା ବାତ୍ସଲ୍ୟର ସାଗର, ଜନ୍ମ ହେଲା ପ୍ରଭୁ ରାମଙ୍କର, ନାଚ, ଗାଅ ସବୁ ଘର ନଗର । ଏବେ ସୋସିଆଲ ମିଡିଆରେ ଓମ ରାଉତଙ୍କ ଏହି ଟୁଇଟ ଭାଇରାଲ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

Sonakshi Sinha: ‘ଭାରତରେ ପହଁରିବାକୁ ମୁଁ ଡରୁଛି, ନଚେତ୍ କେହି ଚୋରି କରିନେବ…’, ସୋନାକ୍ଷୀ ଦେଲେ ବଡ଼ ବୟାନ

ମୁମ୍ବାଇ, ୨୬ା୨: ନିକଟରେ, ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନ ସହିତ ଜଡିତ କିଛି ଘଟଣା ଶେୟାର କରିଛନ୍ତି। ସେହି ଆଲୋଚନା ସମୟରେ, ସେ...

Hema Malini: ବ୍ଲାଉଜକୁ ଟିକେ ଟାଇଟ୍‌ ରଖିବ, ତାଙ୍କ ଟଚ୍‌ ମୋତେ…କାହିଁକି ଏମିତି କହିଥିଲେ ହେମାମାଳିନୀ

ମୁମ୍ବାଇ: ବାଗବାନ ଫିଲ୍ମରେ ଦର୍ଶକ ଡ୍ରିମଗାର୍ଲ ହେମାମାଳିନୀ ଓ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ରୋଲ୍‌କୁ ବହୁତ ପସନ୍ଦ କରିଥିଲେ। ଏହି ଯୋଡି ୨୦୦୩ରେ ବଲିଉଡକୁ...

Govinda-Sunita Divorce: ୧୫୦କୋଟି ଟଙ୍କାର ମାଲିକ ଗୋବିନ୍ଦା, ଜାଣନ୍ତୁ ଛାଡପତ୍ର ହେଲେ ଭରଣପୋଷଣ ପାଇଁ ଏତେ ଟଙ୍କା ମାଗିବେ ସ୍ତ୍ରୀ ସୁନୀତା

ମୁମ୍ବାଇ: ଗୋବିନ୍ଦା ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି। ଆଜି ମଧ୍ୟ ଦେଶ ଏବଂ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଭଲ ପାଆନ୍ତି। କିନ୍ତୁ...

୨୦୦ କୋଟିର ବଙ୍ଗଳା ଛାଡ଼ି ଭଡ଼ାରେ ରହିବେ ଶାହାରୁଖ ଖାନ୍‌; ମାସକୁ ଗଣିବେ ୨୪ ଲକ୍ଷ, କାରଣ ଜାଣିଲେ…

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପ୍ରଶଂସକଙ୍କ ଲାଗି ମୁମ୍ବାଇରେ ଥିବା ତାଙ୍କ ଘର ‘ମନ୍ନତ’ ଐତିହ୍ୟସ୍ଥଳ ଭଳି। ଘର ବାହାରେ ପ୍ରତ୍ୟେହ ପ୍ରଶଂସକଙ୍କ ଭିଡ଼ ଜନ୍ମେ।...

ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ,ଏବେ କିନ୍ତୁ ସବୁ ଠିକ୍‌… ଗୋବିନ୍ଦାଙ୍କ ଓକିଲ ଖବରକୁ କହିଲେ ମିଥ୍ୟା

ମୁମ୍ବାଇ: ଆଜିକାଲି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ। ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ଦୀର୍ଘ ୩୭ ବର୍ଷର ବୈବାହିକ ଜୀବନରେ ତାଙ୍କର...

ପତ୍ନୀଙ୍କଠାରୁ ଅଲଗା ହେବେ ‘ବାଗ୍‌ବାନ୍‌’ ଫେମ୍‌ ଅଭିନେତା ଅମନ ବର୍ମା

ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼କୁ ନେଇ ଖବର ଥମି ନ ଥିବା ବେଳେ ଏବେ ଆଉ ଜଣେ ଅଭିନେତା ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ...

Video: ସୀମା-ସଚିନଙ୍କ ସମ୍ପର୍କରେ ଫାଟ! କାନ୍ଦିକି କହିଲେ, କ’ଣ ଭାବି ଆସିଥିଲି…

ଲକ୍ଷ୍ନୌ,୨୬।୨: ପାକିସ୍ତାନ ଛାଡି ଭାରତ ପଳାଇଆସିଥିବା ସୀମା ହାଇଦର ଏବଂ ସଚିନ ମୀନା ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ କଣ୍ଟେଣ୍ଟ ଶେୟାର କରି ଚର୍ଚ୍ଚାରେ ରହିଥାନ୍ତି।...

Govinda-Sunita Divorce: ଚମକାଇଲା ସୁନୀତାଙ୍କ ବୟାନ, ଚାଞ୍ଚଲ୍ୟକର ଖୁଲାସାରେ ସମସ୍ତେ ତାଜୁବ

ମୁମ୍ବାଇ: ସୁନିତା ଆହୁଜା ଏବଂ ଗୋବିନ୍ଦାଙ୍କ ମଧ୍ୟରେ ଛାଡପତ୍ର ହୋଇଥିବା ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଏହି ଦମ୍ପତି ଅଲଗା ହେବାକୁ ଯାଉଛନ୍ତି। ଯଦିଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image