ବମ୍ବେ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପରେ ଆଦିପୁରୁଷ ନିର୍ଦ୍ଦେଶକ ଓମ୍ ରାଉତଙ୍କୁ ଉପହାରରେ କାର୍ ଦେଇଛନ୍ତି ଟିସିରିଜ ମାଲିକ ଭୂଷଣ କୁମାର। ଓମ୍ଙ୍କୁ ସେ ଏକ ଫେରାରୀ ଏଫ୍ ୮ କାର୍ ଭେଟି ଦେଇଛନ୍ତି। ଏହାର ଭାରତୀୟ ମୂଲ୍ୟ ୪.୦୨ କୋଟି ବୋଲି କୁହାଯାଉଛି। ଭୂଷଣ ଆଦିପୁରୁଷର ନିର୍ଦ୍ଦେଶନାରେ ଖୁସି ଥିବାରୁ ଏଭଳି ଭେଟି ଦେଇଥିବା କୁହାଯାଉଛି। ପୂର୍ବରୁ ଭୂଷଣ ‘ଭୁଲ ଭୁଲୈୟାଁ ୨’ ର ସଫଳତାକୁ ନେଇ କାର୍ତ୍ତିକଙ୍କୁ ୪.୭୦ କୋଟି ମୂଲ୍ୟର ଏକ କାର୍ ଭେଟି ଦେଇଥିଲେ। ଏହାକୁ ଅଭିନେତା ବେଶ ପସନ୍ଦ କରିଥିଲେ।