ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ, ବ୍ୟାନ କରିବାକୁ ଦାବି

ମୁମ୍ବାଇ: ରାମାୟଣ କଥାବସ୍ତୁ ଉପରେ ଆଧାରିତ ପାନ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’କୁ ନେଇ ହୋଇଥିବା ବିବାଦ ବନ୍ଦ ହେବାର ନାମ ନେଉନାହିଁ। ଫିଲ୍ମର ସ୍କ୍ରିନ ଏବଂ ଡାଇଲଗରେ ପ୍ରଭୁ ରାମ ଏବଂ ହନୁମାନଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିବାରୁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ରହିଛି। ଅଲ ଇଣ୍ଡିଆନ ସିନେ ୱାର୍କର୍ସ ଆସୋସିଏଶନ ପ୍ରଧାନମନ୍ତ୍ରୀଙ୍କୁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି। ସେ କହିଛି, ଏହି ଚଳଚ୍ଚିତ୍ର ହିନ୍ଦୁ ଏବଂ ସନାତନ ଧର୍ମର ଭାବନାକୁ ଆଘାତ କରୁଛି।

ଆସୋସିଏଶନ କହିଛି, ଧର୍ମ ନିର୍ବିିଶେଷରେ ଭାରତରେ ଭଗବାନ ରାମ ସମସ୍ତଙ୍କ ପାଇଁ ଭଗବାନଙ୍କ ସହ ସମାନ। ରାମ ଏବଂ ରାବଣ ଚରିତ୍ରକୁ ଏଡି ଫିଲ୍ମରେ ଏକ ଭିଡିଓ ଗେମର ଚରିତ୍ର ପରି ଦେଖାଯାଇଛି। ଯାହା ସାରା ବିଶ୍ୱରେ ବାସ କରୁଥିବା ଭାରତୀୟଙ୍କ ବିଶ୍ୱାସକୁ ଆଘାତ ଦେଇଛି। ଆମେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଯେ ଏହି ଚଳଚ୍ଚିତ୍ରର ସ୍କ୍ରିନିଂକୁ ତୁରନ୍ତ ନିଷିଦ୍ଧ କରନ୍ତୁ ଏବଂ ଭବିଷ୍ୟତରେ ଏହା ପ୍ରେକ୍ଷାଳୟରେ କିମ୍ବା ଓଟିଟି ପ୍ଲାଟଫର୍ମରେ ଯେପରି ଦେଖାଯିବାକୁ ନ ଦିଆଯାଉ। ହିନ୍ଦୁମାନଙ୍କ ଭାବନା ସହିତ ଖେଳିବା ଏବଂ ପ୍ରଭୁ ଶ୍ରୀ ରାମ, ମା’ ସୀତା ଏବଂ ହନୁମାନଙ୍କ ଭୁଲ ଚିତ୍ରଣ ପାଇଁ ଆମେ ନିର୍ଦ୍ଦେଶକ ଓମ ରାଉତ, ଲେଖକ ମନୋଜ ମୁନ୍ତାଶୀର ଶୁକ୍ଲା ଏବଂ ଫିଲ୍ମର ପ୍ରଡକ୍ସନ ହାଉସ ବିରୋଧରେ ଏଫଆଇଆର୍‌ ଦାଖଲ କରିବାକୁ ଚାହୁଁଛୁ।

Share